/odishatv-khabar/media/media_files/2025/10/20/firecrackers-2025-10-20-10-08-06.jpg)
Firecrackers Photograph: (OTV)
ଭୁବନେଶ୍ବର ଓ କଟକରେ ବାଣଫୁଟା କଟକଣା। ସଂନ୍ଧ୍ୟା ୭ ଟା ଠାରୁ ୯ ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି। କମିଶନରେଟ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨ ଘଣ୍ଟାର ଅନୁମତି ସମୟ ଭିତରେ ବାଣ ଫୁଟାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।
ଏଥି ସହିତ ରାତି ୯’ଟା ପରେ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଏହି ନିୟମକୁ ଉଲ୍ଲଂଘନ କରନ୍ତୁ ନାହିଁ ବୋଲି ଲୋକମାନଙ୍କୁ ଅପିଲ କରାଯାଉଥିବା କହିଛନ୍ତି କଟକ ଡିସିପି। ଏହାସହ କାଳୀପୂଜା ଥିବାରୁ ମଣ୍ଡପ ଏବଂ ସମ୍ବେଦନଶୀଳ ସ୍ଥାନରେ ସ୍ୱତନ୍ତ୍ର ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି।
Advertisment
ଅଧିକ ଦେଖନ୍ତୁ:
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)