Advertisment

ମାଲକାନଗିରିରେ ଜଳୁଛି ଜଙ୍ଗଲ; ୧୦ଟି ପାହାଡ଼କୁ ବ୍ୟାପିଲାଣି ନିଆଁ

ଭୁବନେଶ୍ୱର: ଆକାଶ ମାର୍ଗରୁ ଅତି ଭୟଙ୍କର ଦିଶୁଛି ଜଙ୍ଗଲ ନିଆଁ। ଏହାର ସର୍ବଗ୍ରାସୀ ରୂପ ଦେଖିଲେ ଛାତି ଥରି ଯାଉଛି।  ଶିମିଳାିପାଳ ସମେତ ରାଜ୍ୟର ଅନେକ ଜଙ୍ଗଲ ଏବେ ନିଆଁ ଲାଗି ଜଳୁଛି।  ଏବେ ମାଲକାନଗିରି ଜିଲ୍ଲାର ଅନେକ ଜଙ୍ଗଲ ବି ଜଳୁଛି । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି । ୧୨ ଦିନରୁ ଅଧିକ ହେବ ଜଳୁଛି ଶିମିଳିପାଳ। ନିଆଁକୁ ଆୟତ୍ତ କରିପାରୁନି ଅଗ୍ନଶମ ବିଭାଗ। ପୋଡ଼ାଢିଆ ରେଞ୍ଜର ଠାକୁରାଣୀଗଡି, […]

author-image
Minati Mishra
ମାଲକାନଗିରିରେ ଜଳୁଛି ଜଙ୍ଗଲ; ୧୦ଟି ପାହାଡ଼କୁ ବ୍ୟାପିଲାଣି ନିଆଁ

akas-margaru

ଭୁବନେଶ୍ୱର: ଆକାଶ ମାର୍ଗରୁ ଅତି ଭୟଙ୍କର ଦିଶୁଛି ଜଙ୍ଗଲ ନିଆଁ। ଏହାର ସର୍ବଗ୍ରାସୀ ରୂପ ଦେଖିଲେ ଛାତି ଥରି ଯାଉଛି।  ଶିମିଳାିପାଳ ସମେତ ରାଜ୍ୟର ଅନେକ ଜଙ୍ଗଲ ଏବେ ନିଆଁ ଲାଗି ଜଳୁଛି।  ଏବେ ମାଲକାନଗିରି ଜିଲ୍ଲାର ଅନେକ ଜଙ୍ଗଲ ବି ଜଳୁଛି । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି ।

Advertisment

୧୨ ଦିନରୁ ଅଧିକ ହେବ ଜଳୁଛି ଶିମିଳିପାଳ। ନିଆଁକୁ ଆୟତ୍ତ କରିପାରୁନି ଅଗ୍ନଶମ ବିଭାଗ। ପୋଡ଼ାଢିଆ ରେଞ୍ଜର ଠାକୁରାଣୀଗଡି, ପଣସଗଡି, ଦୁିଗଡ଼ ଓ ନଛିପୁର ଅଞ୍ଚଳରେ ବନ ବିଭାଗ ନିଆଁକୁ ଆୟତ୍ତ କରିଛି ହେଲେ ପୋଡାଢିଆ ରେଞ୍ଜ ଅନନ୍ତପୁର, ଖଣ୍ଡାଚିରା ଏବଂ ବୁଢାମରା ରେଞ୍ଜର ମାଣିକପୁର ଜଙ୍ଗଲରେ ନିଆଁ ମାତ୍ରା ଅଧିକ ଦେଖିବାକୁ ମିଳିଛି।

ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି । ୬ଟି ରେଂଜର ୧୨ଟି ବିଟ୍ ଅଂଚଳରେ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ ରିପୋର୍ଟରୁ ଜଣାପଡିଛି ।  ନିଆଁ ଲିଭାଇବା ପାଇଁ ବନବିଭାଗ ସହ ୪ଟି ଅଗ୍ନିଶମ ବିଭାଗର ଟିମ୍ ଶିମିଳିପାଳ ଭିତରକୁ ଯାଇଛନ୍ତି । ଆଜି ବାଲେଶ୍ୱରର ୨୬ଜଣିଆ ଓଡ୍ରାଫ୍ ଟିମ୍ ଓ ପଞ୍ଚମ ବାଟାଲିୟନର ଦୁଇଟି ଟିମ୍ ସାମିଲ ହୋଇଛନ୍ତି ।

Advertisment

ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ଶିମିଳିପାଳ ଅଭୟାରଣ୍ୟର ୫୯୪ଟି ଜାଗାରେ ନିଆଁ ଲାଗିବା ସହ ସଙ୍କଟରେ ପଡ଼ିଯାଇଛନ୍ତି ବନ୍ୟପ୍ରାଣୀ। ତାସହ ବହୁ ଔଷଧୀୟ ବୃକ୍ଷରାଜି ବି ନଷ୍ଟ ହେବାରେ ଲାଗିଛିା ନିଆଁକୁ ଆୟତ୍ତ ପାଇଁ ବନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ବି ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଡେଇଁ ଚାଲିଛି ବେକାବୁ ନିଆଁ।

ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ସାରାଦେଶର ରେକର୍ଡ ଭାଙ୍ଗିଛି ଓଡ଼ିଶାର ବନାଗ୍ନି। କେବଳ ଶିମିଳିପାଳ କି ଭଞ୍ଜନଗର ନୁହେଁ, ରାଜ୍ୟର ମୋଟ୍ ୯୧୮ଟି ଜଙ୍ଗଲରେ ଜଳୁଥିବା ରିପୋର୍ଟରେ ପ୍ରକାଶ ପାଇଛି।  କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ ଏବଂ ପୁରୀ ଜିଲ୍ଲା ବ୍ୟତୀତ ଅନ୍ୟ ୨୬ଟି ଜିଲ୍ଲାରେ କେଉଁଠି ନା କେଉଁଠି ଜଳୁଛି ଜଙ୍ଗଲ। ତା ମଧ୍ୟରୁ ନୂଆପଡ଼ା, କଳହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କନ୍ଧମାଳ, ଗଜପତି ଓ ମୟୂରଭଞ୍ଜରେ ପ୍ରକୋପ ଅଧିକ ରହିଛି।

ଏବେ ମାଲକାନଗିରି ସଦର ମହକୁମା ନିକଟସ୍ଥ ଗୋଇ ପାହାଡ଼ରେ ନିଆଁ ଲାଗିଛି। ଏଠି ମଧ୍ୟ ଗୋଟିଏ ପାହାଡ଼ରୁ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ପ୍ରାୟ ୧୦ ଟି ପାହାଡ଼କୁ ନିଆଁ ବ୍ୟାପି ସାରିଲାଣି। କେବଳ ଏହି ଗୋଟିଏ ପାହାଡ଼ ନୁହେଁ, କରୁକୋଣ୍ଡାର ଭିମା ରଙ୍ଗିନୀ, କୁକୁଡ଼ା ଗୁଡା, ଚଳନଗୁଡା ପରି ଅନେକ ପାହାଡ଼ରେ ନିଆଁ ଲାଗି ଜଳୁଛି ।

ଜଙ୍ଗଲ ନିଆଁ ଲାଗିବାର କାରଣ ଜଣାପଡି ନଥିଲେ ମଧ୍ୟ ସ୍ଥାନୀୟ ଲୋକେ ନିଆଁ ଲଗାଇଥିବା ଅନୁମାନ କରୁଛି ବନ ବିଭାଗ । ନିଆଁ କିଭଳି ଅଣାନାୟତକୁ ନ ଯାଏ ସେଥି ପାଇଁ ବନ ବିଭାଗ ଟିମ୍  ଗଠନ କରି ସେମାନଙ୍କୁ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରିଛି।

ବନ କର୍ମଚାରୀମାନେ ଦିନ ରାତି ଏକ କରି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରୁଛନ୍ତି। ଖୁବ ଶୀଘ୍ର ନିଆଁକୁ ଆୟତ୍ତ କରାଯିବ ବୋଲି ବନ ବିଭାଗ କହିଛି । ସେପଟେ ପ୍ରାୟ ଦୁଇ ସପ୍ତାହ ଧରି ଜଙ୍ଗଲ ଜଳିପୋଡ଼ି ପାଉଁଶ ହେବା ପରେ ନିଦରୁ ଉଠିଛନ୍ତି ରାଜ୍ୟ ସରକାର। ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ବାହାରର ବିଶେଷଜ୍ଞ ଓ ରାଜ୍ୟର ଅଭିଜ୍ଞ ଅଧିକାରୀଙ୍କୁ ନେଇ ଗଠନ କରିଛନ୍ତି ସ୍ୱତନ୍ତ୍ର ଟାସ୍କଫୋର୍ସ

Fire In Similipal Forest
Advertisment
Advertisment