/odishatv-khabar/media/post_attachments/uploadimage/library/16_9/16_9_0/train-123_1626758604.jpg)
train
ପୁରୀ (ମଧୁସୂଦନ ମିଶ୍ର): ପୁରୀ ରେଳଷ୍ଟେସନର ୪ନଂ ପ୍ଳାଟଫର୍ମରେ ଭୟାନକ ଅଗ୍ନିକାଣ୍ଡ ଅଗ୍ନିକାଣ୍ଡରେ ପୁରୀ ତପସ୍ୱିନୀ ହାତିଆ ଏକ୍ସପ୍ରେସ୍ର ୩ଟି ସ୍ଳିପର ବଗି ପୋଡ଼ି ଧ୍ୱଂସ ହୋଇଯାଇଛି। ଦିନ ପ୍ରାୟ ୧୨ଟା ୫୦ରେ ଟ୍ରେନ୍ ବଗିରୁ ଧୂଆଁ ବାହାରୁଥିବା କର୍ମଚାରୀମାନେ ଦେଖିଥିଲେ।
Advertisment
/odishatv-khabar/media/post_attachments/wp-content/uploads/2019/03/train-71.jpg)
ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ସହ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପ୍ରଥମେ ଏସ୍-୪ ବଗିରେ ନିଆଁ ଲାଗିଥିଲା। ପରେ ଏସ୍-୩ ଏବଂ ଏସ୍-୫ ବଗିକୁ ନିଆଁ ଡେଇଁ ପୁରା ଭସ୍ମୀଭୂତ କରିଦେଇଥିଲା।
/odishatv-khabar/media/post_attachments/wp-content/uploads/2019/03/train-561.jpg)
ଘଟଣାରେ କେହି ମୃତାହାତ ହୋଇନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କା କ୍ଷତିଗ୍ରସ୍ତ ହୋଇଛି। ଘଟଣା ପରେ ସଙ୍ଗେ ସଙ୍ଗେ ଫାୟାର ଅଫିସର, ଡେପୁଟି ଫାୟାର ଅଫିସର, ପୁରୀ ଡିଭିଜନ୍ ଷ୍ଟେସନ ଡାଇରେକ୍ଟର ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
Advertisment
ସେପଟେ ନିଆଁ ଲାଗିବାର କାରଣ ଜଣାପଡିନଥିଲେ ସୁଦ୍ଧା ସିସିଟିଭି ଫୁଟେଜ୍କୁ ନେଇ ଘଟଣାର ତଦନ୍ତ କରାଯିବ ବୋଲି ପୁରୀ ଡିଭିଜନ୍ ଷ୍ଟେସନ ଡାଇରେକ୍ଟର କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)