/odishatv-khabar/media/media_files/2025/11/03/choudwar-2025-11-03-19-11-58.jpg)
CHOUDWAR Photograph: (OTV)
ଡ୍ରେସିଂ କରିବା ବଦଳରେ କାଟିଦେଲେ ଆଙ୍ଗୁଠି। ଚୌଦ୍ବାର ଯାଜଭୈରବ ନୂଆଗାଁର ପ୍ରଦୀପ ପୃଷ୍ଟିଙ୍କ ୧୨ ବର୍ଷ ପୁଅର ବାମ ଆଙ୍ଗୁଳି ଟିପ ସୂତାରେ ଅଧା କଟି ଯାଇଥିଲା । ତାଙ୍କୁ ଚୌଦ୍ବାରରେ ଥିବା ଏକ ଘରୋଇ ନର୍ସିଂହୋମଙ୍କୁ ଅଣାଯାଇଥିଲା।
Advertisment
ଡାକ୍ତର ଅପରେସନ କରି ଡ୍ରେସିଂ କରି ଛାଡ଼ି ଦେଇଥିଲେ । ପରିବାର ଲୋକେ ଦୁଇଦିନ ପରେ ଆଉ ଥରେ ଡ୍ରେସିଂ ପାଇଁ ଅନ୍ୟ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ ମେଡିକାଲ କର୍ତ୍ତୃପକ୍ଷ ଆଙ୍ଗୁଠି କଟା ଯାଇଥିବା କହିଥିଲେ।
ଏହାପରେ ଅପରେସନ୍ କରିଥିବା ଘରୋଇ ନର୍ସିଂହୋମରେ ପାଟିତୁଣ୍ଡ କରିବା ସହ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ପରେ ମେଡିକାଲ ସହିତ ବୁଝାମଣା ହୋଇ କ୍ଷତି ପୂରଣ ବାବଦରେ ଅର୍ଥ ନେଇ ଘଟଣାକୁ ରଫାଦଫା କରିଥିଲେ ପରିବାର।
Advertisment
ଡ୍ରେସିଂ କରିବା ବଦଳରେ କାଟିଦେଲେ ଆଙ୍ଗୁଠି
ଚୌଦ୍ବାରରେ ଏକ ଘରୋଇ ନର୍ସିଂହୋମ ନାଁରେ ଅଭିଯୋଗ
ଘରୋଇ ନର୍ସିଂହୋମରେ ପାଟିତୁଣ୍ଡ ପରେ ବୁଝାମଣା
କ୍ଷତି ପୂରଣ ଅର୍ଥ ନେଇ ଘଟଣାକୁ ରଫାଦଫା କଲେ ପରିବାର
Advertisment



Related Articles
BJD Power Struggle Erupts: ଶଙ୍ଖ ଧରିବେ ସୁଜାତା ? ବନିବେ ସାଂସଦ ! ଚର୍ଚ୍ଚାରେ ଶ୍ରୀମୟୀଙ୍କ ପୋଷ୍ଟ
POSTED

Women's Cricket World Cup 2025: ଜେଜେ ମା'ଙ୍କ ହୃଦଘାତ ହୋଇଥିଲା, ଅମନଜୋତଙ୍କୁ କେହି ଜଣାଇନଥିଲେ, ବିଶ୍ୱକପ୍ ବିଜୟୀ ହେବା ପରେ ଜଣାଇଲେ
POSTED

Significance of Kartik Purnima: ପଞ୍ଚକ ବ୍ରତ କଲେ ମିଳିଥାଏ ଏହିସବୁ ଫଳ, କାର୍ତ୍ତିକ ପୂର୍ଣ୍ଣିମାକୁ କାହିଁକି କୁହାଯାଏ ରାସ ପୂର୍ଣ୍ଣିମା ଜାଣନ୍ତୁ
POSTED

Timing Twist: ମୁଖ୍ୟମନ୍ତ୍ରୀ କହିଲେ, ଅମର ଅଣନିଃଶ୍ବାସୀ ଥିଲେ...ଏବେ ବିଜେପିରେ କାମ କରିବାର ସୁଯୋଗ ପାଇବେ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)