Advertisment

ପ୍ରଳୟଙ୍କରୀ ବନ୍ୟା ଉଜାଡ଼ି ଦେଇଛି ସ୍ୱପ୍ନ, ଭସାଇ ନେଇଛି ସବୁ ଖୁସି; ବନ୍ୟା ପରର ଦୃଶ୍ୟ ଏମିତି

ଭୁବନେଶ୍ୱର: ପ୍ରଳୟଙ୍କରୀ ବନ୍ୟା ଉଜାଡ଼ି ଦେଇଛି ସ୍ୱପ୍ନ। ଭସାଇ ନେଇଛି ସବୁ ଖୁସି। ଜଳ ପ୍ରଳୟର ସପ୍ତାହକ ପରେ ବି ଲିଭିନି ଦାଗ କି ଶୁଖିନି କ୍ଷତ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସମୁଦ୍ର ଭଳି ମାଡ଼ି ଆସିଥିବା ମହାନଦୀ ଓ ପାଇକା ନଦୀର ପାଣି ସିନା ଶୁଖିଯାଇଛି, ହେଲେ ଶହ ଶହ ବିପନ୍ନଙ୍କ  ଆଖି ଆଜି ବି ଓଦା ଓଦା। କାରଣ ଦିନରାତି ମୁଣ୍ଡ ଗୁଞ୍ଜୁଥିବା ଅତି ଆପଣାର ବାସ ଏବେ ବିବର୍ଣ୍ଣ ହୋଇଯାଇଛି। ଅବସ୍ଥା […]

author-image
Abinash Pati
ପ୍ରଳୟଙ୍କରୀ ବନ୍ୟା ଉଜାଡ଼ି ଦେଇଛି ସ୍ୱପ୍ନ, ଭସାଇ ନେଇଛି ସବୁ ଖୁସି; ବନ୍ୟା ପରର ଦୃଶ୍ୟ ଏମିତି

flood

ଭୁବନେଶ୍ୱର: ପ୍ରଳୟଙ୍କରୀ ବନ୍ୟା ଉଜାଡ଼ି ଦେଇଛି ସ୍ୱପ୍ନ। ଭସାଇ ନେଇଛି ସବୁ ଖୁସି। ଜଳ ପ୍ରଳୟର ସପ୍ତାହକ ପରେ ବି ଲିଭିନି ଦାଗ କି ଶୁଖିନି କ୍ଷତ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସମୁଦ୍ର ଭଳି ମାଡ଼ି ଆସିଥିବା ମହାନଦୀ ଓ ପାଇକା ନଦୀର ପାଣି ସିନା ଶୁଖିଯାଇଛି, ହେଲେ ଶହ ଶହ ବିପନ୍ନଙ୍କ  ଆଖି ଆଜି ବି ଓଦା ଓଦା।

Advertisment

କାରଣ ଦିନରାତି ମୁଣ୍ଡ ଗୁଞ୍ଜୁଥିବା ଅତି ଆପଣାର ବାସ ଏବେ ବିବର୍ଣ୍ଣ ହୋଇଯାଇଛି। ଅବସ୍ଥା ଏମିତି ଯେ, ଉଜୁଡ଼ା ଘରଖଣ୍ଡେ ସଜାଡ଼ିବାକୁ କେତେ ଯେ ସମୟ ଲାଗିବ, ତାହା କହିବା ମୁସ୍କିଲ।

ସେହିପରି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଏଠିବି ଉଜୁଡ଼ା ସମ୍ପତ୍ତି ରହିଛି। ଅସଜଡ଼ା ଆସବାବପତ୍ରକୁ ସଜାଡ଼ିବାକୁ ଚାଲିଛି ଅହରହ ସଂଗ୍ରାମ। ମୁଣ୍ଡ ଉପର ଚାଳକୁ ପୁଣି ଟେକିବାର ପ୍ରୟାସ ଭିତରେ ବନ୍ୟା ଦୁର୍ଗତ ଭୁଲି ଯାଇଛି ଭୋକ ଶୋଷ। ଏପଟେ ବର୍ଷକର ସାଇତା ଆହାରକୁ ବି ବନ୍ୟା ଛଡ଼ାଇ ନେଇଥିବାରୁ ଆହୁରି ଦୟନୀୟ ହୋଇପଡ଼ିଛି ବିପନ୍ନଙ୍କ ଦୈନନ୍ଦିନ ତେଲ ଲୁଣର ସଂସାର।

Advertisment

ଏପଟେ କୁଶଭଦ୍ରାର କରାଳ ରୂପ ଶାନ୍ତ ହୋଇଥିଲେ ମଧ୍ୟ ଗାଁ ଦାଣ୍ଡରେ ଆଜି ବି ଦାଉ ସାଧୁଛି ଅଫେରା ବନ୍ୟା ଜଳ। ଏ ଦୃଶ୍ୟ ପୁରୀ ଜିଲ୍ଲା ଗୋପ ବ୍ଲକ୍‌ର। ବନ୍ୟା ଆସିବାର ୭ ଦିନ ପରେ ଜଳାର୍ଣ୍ଣବ ସ୍ଥିତିରେ ସୁଧାର ଆସିନଥିବାରୁ ପାଣି ଘେରରେ ରହିଛନ୍ତି ୫ଟି ପଞ୍ଚାୟତର ଲୋକେ। ଆଜି ବି ରାସ୍ତା କଡ଼ ପଲିଥିନ୍ କୁଡ଼ିଆ ତଳୁ ମୁକୁଳି ନାହାନ୍ତି ବିପନ୍ନ। ଜରି ଛାତ ତଳେ ମଣିଷ, ଗାଈଗୋରୁ ଓ ଛେଳିମେଣ୍ଢା ସବୁ ଏକାକାର।

ଏଣେ ବୈତରଣୀର ଉଛୁଳା ପାଣି ସେମାନଙ୍କ ଜୀବନରେ ଆଣିଥିବା ଦୁଃଖ ଓ ଦୁର୍ଦ୍ଦଶାକୁ ଭୁଲି ପାରୁ ନାହାନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ମାଳଦା ଗାଁର ଲୋକେ। ଚାଷ, ବାସ ସବୁ କିଛି ହରାଇ ଏବେ ସେମାନେ ସର୍ବସ୍ୱାନ୍ତ। ଚୁଲି, ଚାଳ ହରାଇଥିବା ବହୁ ବନ୍ୟା ବିପନ୍ନଙ୍କ ପାଖରେ ରିଲିଫ୍ କି ସରକାରୀ ସହାୟତା ପହଞ୍ଚିନଥିବାରୁ ଭୋକ ଉପାସରେ କଟୁଛି ଦିନ।

Advertisment
Advertisment