/odishatv-khabar/media/post_attachments/uploadimage/library/16_9/16_9_0/SKKD_1627111269.jpg)
SKKD
ସୁବର୍ଣ୍ଣପୁର: ବାରମ୍ୱାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଆଘାତରେ ଲୋକଙ୍କ ଜୀବନ ଯାଉଛି। କିନ୍ତୁ ପ୍ରଶାସନ ଓ ବିଦ୍ୟୁତ ବିଭାଗ ନିଦାବିଷ୍ଣୁ ସାଜିଛି। ନିକଟରେ ଗଞ୍ଜାମ ଗୋଳନ୍ଥରାରେ ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକାଧିକ ଜୀବନ ଯାଇଥିଲା ଏବେ ପୁଣି ବିଦ୍ୟୁତ୍ ତାର ଲାଗି ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗିଧମାଲ ଗାଁର କୌଳାସ ଚନ୍ଦ୍ର ସାହୁ। ତାଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଗାଁ ଲୋକେ ଲାଇନ ମ୍ୟାନଙ୍କୁ ଗଛରେ ବାନ୍ଧି ପକାଇଛନ୍ତି।
ଖବର ଅନୁଯାୟୀ, ଗତ ରାତିରେ କୌଳାସ ବିଲରେ ପାଣି ମଡ଼ାଇବାକୁ ଯାଇଥିଲେ। ଅନେକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ଫେରିବା ବିଳମ୍ବ ହେବାରୁ ପରିବାର ଓ ଗାଁ ଲୋକ ଖୋଜାଖୋଜି କରିଥିଲେ।
ତେବେ ଆଜି ସକାଳୁ ଟ୍ରାନ୍ସଫର୍ମର ନିକଟରୁ କୌଳାସଙ୍କ ମୃତ ଦେହ ମିଳିଥିଲା। ଫ୍ୟୁଜ୍ ବାନ୍ଧିବାକୁ ଯାଇ ବିଦ୍ୟୁତ୍ ଆଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା।
ଖବର ପାଇ ରାମପୁର ସେକ୍ସନର ଲାଇନ ମ୍ୟାନ୍ ପ୍ରକାଶ ଘଟଣା ସ୍ଥଳକୁ ଯାଇଥିଲେ। କିନ୍ତୁ କୈଳାସର ମୃତ୍ୟୁକୁ ନେଇ ଗାଁ ଲୋକେ ରାଗରେ ଲାଇନ୍ ମ୍ୟାନକୁ ଏକ ଗଛରେ ବାନ୍ଧି ପକାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)