/odishatv-khabar/media/post_attachments/uploadimage/library/16_9/16_9_0/Bolangir-_1626761134.jpg)
farmer
କଟକ(ଦେବାଶିଷ ମହାନ୍ତି): ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ପଟୁଣିଆ ପଞ୍ଚାୟତ ଡିହ ନରସିଂହପୁର ଗାଁର ସୁଶାନ୍ତ ଗନ୍ତାୟତ।
Advertisment
ସେ ଗତ ୧୨ ତାରିଖରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଆଜି ତାଙ୍କର ମୃତ୍ୟୁ ଘଟିଛି।
ସେ ଲକ୍ଷାଧିକ ଟଙ୍କା ଋଣ କରି ଚାଷ କରିଥିଲେ। ହେଲେ ଫସଲ ଭଲ ନହେବାରୁ ସେ ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ସୁଶାନ୍ତଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)