Advertisment

Subarnapur: ଥାନାରେ ପଡ଼ିରହିଛି ଶବ, ଗ୍ରହଣ କରୁନାହାନ୍ତି ପରିବାର ଲୋକେ

୮ ଘଣ୍ଟା ହେଲା ଥାନାରେ ପଡ଼ିରହିଛି ଶବ। ହେଲେ ମୃତଦେହ ଗ୍ରହଣ କରୁନାହାନ୍ତି ପରିବାର ଲୋକେ। ମୃତଦେହକୁ ଜଗି ବସିଛନ୍ତି ସ୍ତ୍ରୀ ଓ ପୁଅ। ବିନିକା ଥାନା ବରପଦର ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

author-image
Chinmayee Sahoo
BINIKA

BINIKA Photograph: (OTV)

୮ ଘଣ୍ଟା ହେଲା ଥାନାରେ ପଡ଼ିରହିଛି ଶବ। ଗ୍ରହଣ କରୁନାହାନ୍ତି ପରିବାର ଲୋକେ । ମୃତଦେହକୁ ଜଗି ବସିଛନ୍ତି ସ୍ତ୍ରୀ ଓ ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବରପଦର ଗାଁରେ । 
ସୂଚନା ଅନୁସାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦ ବାଗଙ୍କର ମୃତ୍ୟୁ ହୋଇଥିଲା । ପାରିବାରିକ କଳହ ଯୋଗୁ ମୃତଦେହକୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ । ସ୍ତ୍ରୀ ଓ ପୁଅ ଗାଁକୁ ମୃତଦେହ ଆଣିଥିଲେ ମଧ୍ୟ ଶେଷକୃତ୍ୟ ପାଇଁ ପରିବାର ଲୋକେ କୌଣସି ସହଯୋଗ କରିନଥିଲେ । 
ଫଳରେ ନ୍ୟାୟ ଦାବିରେ ମୃତଦେହକୁ ଧରି ଥାନା ପରିସରରେ ଜଗି ରହିଛନ୍ତି ସ୍ତ୍ରୀ ଓ ପୁଅ । ପୋଲିସ ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।

Advertisment


  • ୮ ଘଣ୍ଟା ହେଲା ଥାନାରେ ପଡ଼ିରହିଛି ଶବ
    ମୃତଦେହ ଗ୍ରହଣ କରୁନାହାନ୍ତି ପରିବାର ଲୋକେ
    ମୃତଦେହକୁ ଜଗି ବସିଛନ୍ତି ସ୍ତ୍ରୀ ଓ ପୁଅ 
    ବିନିକା ଥାନା ବରପଦର ଗାଁରେ ଅଭାବନୀୟ ଘଟଣା
    ପାରିବାରିକ କଳହ ଯୋଗୁ ମୃତଦେହ ଗ୍ରହଣ କରୁନାହାନ୍ତି ପରିବାର
    ନ୍ୟାୟ ଦାବିରେ ମୃତଦେହ ଧରି ଥାନାରେ ସ୍ତ୍ରୀ ଓ ପୁଅ  
Subarnapur
Advertisment
Related Articles
Advertisment