Advertisment

ପୁଣି ମୃତଦେହକୁ ଅସମ୍ମାନ: ପାର୍କିଂ ସ୍ଥାନରେ ରଖିଲେ, ବାଇକ୍‌ରେ ବାନ୍ଧି ଘରକୁ ନେଲେ

ମାଲକାନଗିରି: ପୁଣି ମୃତଦେହକୁ ଅସମ୍ମାନ। ମାଲକାନଗିରି ଜିଲ୍ଲାର କାଲିମେଳା ଚିକିତ୍ସାଳୟରେ ମୃତଦେହକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ମୃତଦେହକୁ ରାତି ତମାମ ଗାଡ଼ି ପାର୍କିଂ ସ୍ଥାନରେ ରଖିବା ସହ ମୋଟର ସାଇକେଲରେ ବାନ୍ଧି ଘରକୁ ନେବା ଦୃଶ୍ୟ ଦେଖିବାକୁ ମିଳିଛି। ଗତ ୨୯ ତାରିଖରେ ଏକ ଦୁର୍ଘଟଣାରେ ଏମପିଭି-୫୫ ଗ୍ରାମର ସୁବାଷ ବୈଦ୍ୟଙ୍କ ମୃତ୍ୟୁ  ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସେହି ଦିନ ପୋଷ୍ଟମାର୍ଟମ ହୋଇ ପାରି ନ ଥିଲା। ଫଳରେ ମୃତଦେହକୁ […]

author-image
Minati Mishra
ପୁଣି ମୃତଦେହକୁ ଅସମ୍ମାନ: ପାର୍କିଂ ସ୍ଥାନରେ ରଖିଲେ, ବାଇକ୍‌ରେ ବାନ୍ଧି ଘରକୁ ନେଲେ

222222222

ମାଲକାନଗିରି: ପୁଣି ମୃତଦେହକୁ ଅସମ୍ମାନ। ମାଲକାନଗିରି ଜିଲ୍ଲାର କାଲିମେଳା ଚିକିତ୍ସାଳୟରେ ମୃତଦେହକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ମୃତଦେହକୁ ରାତି ତମାମ ଗାଡ଼ି ପାର୍କିଂ ସ୍ଥାନରେ ରଖିବା ସହ ମୋଟର ସାଇକେଲରେ ବାନ୍ଧି ଘରକୁ ନେବା ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଗତ ୨୯ ତାରିଖରେ ଏକ ଦୁର୍ଘଟଣାରେ ଏମପିଭି-୫୫ ଗ୍ରାମର ସୁବାଷ ବୈଦ୍ୟଙ୍କ ମୃତ୍ୟୁ  ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସେହି ଦିନ ପୋଷ୍ଟମାର୍ଟମ ହୋଇ ପାରି ନ ଥିଲା। ଫଳରେ ମୃତଦେହକୁ ମେଡିକାଲର ଗାଡି ପାର୍କିଂ ସ୍ଥାନରେ ରଖାଯାଇଥିଲା।  ତାପରଦିନ ବାରଟା ସମୟରେ ଶବ ବ୍ୟବଛେଦ କରାଯାଇଥିଲା। କିନ୍ତୁ ପରିବାର ଲୋକଙ୍କୁ ମିଳିନଥିଲା ଶବ ବାହକ ଗାଡି। ତେଣୁ ମଟର ସାଇକେଲରେ ମୃତଦେହକୁ ବାନ୍ଧି ନିଜ ଘରକୁ ନେଇଥିଲେ ପରିବାର ଲୋକେ । ସେପଟେ ମାଲକାନଗିରି ସିଡିଏମଓ କହିଛନ୍ତି, ସଦର ମହକୁମାରେ ଦୁଇଟି ମହାପରାୟଣ ଗାଡି ରହିଛି । ଅନ୍ୟ କୌଣସି ସ୍ଥାନରେ ଗାଡିର ବ୍ୟବସ୍ଥା ନାହିଁ। କିନ୍ତୁ କାଲିମେଳାର ଘଟଣା ତାଙ୍କ ନଜରକୁ ଆସି ନାହିଁ। କେଉଁ ପରିସ୍ଥିତିରେ ଏଭଳି କରାଯାଇଛି ତାହାର ଅନୁଧ୍ୟାନ କରାଯିବ।

Advertisment
Advertisment