/odishatv-khabar/media/post_attachments/uploadimage/library/16_9/16_9_0/deabody_1625475573.jpg)
deabody
ରେଢ଼ାଖୋଲ: ଜାତିପ୍ରଥାର ଯାତନା ଯେ କେତେ ହୃଦୟ ବିଦାରକ ହୁଏ ତାହା ରେଢ଼ାଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି। ଅନ୍ୟଜାତିରେ ଦ୍ୱିତୀୟ ବିହାହ କରିଥିବାରୁ ଜଣେ ବୟସ୍କଙ୍କ ଶବକୁ ଗ୍ରହଣ କଲେନି ପରିବାର ଓ ଆତ୍ମୀୟ ଲୋକେ। ଶେଷରେ ବାଧ୍ୟ ହୋଇ ଦ୍ୱିତୀୟ ପତ୍ନୀ ଏକ ଗଛ ମୂଳେ କିଛି ସମାଜସେବୀଙ୍କ ସହାୟତାରେ ଶବ ସତ୍କାର କରିଛନ୍ତି।
ରେଢ଼ାଖୋଲ ବ୍ଲକ ଶିଶୁପନ୍ନ ଗାଁର ୬୫ ବର୍ଷୀୟ ଅଭିରାମ ବେହେରା ଘରୋଇ କଳିରୁ ପ୍ରଥମ ସ୍ତ୍ରୀ ଓ ତିନି ପୁଅ,ଝିଅଙ୍କୁ ଛାଡ଼ି ବହୁବର୍ଷ ହେବ ଦ୍ୱିତୀୟ ସ୍ତ୍ରୀଙ୍କ ସହ ରହିଆସୁଥିଲେ। କିଛି ଦିନ ତଳେ ତାଙ୍କ ଗୋଡ଼ରେ ଘା’ ହେବାରୁ ତାଙ୍କ ଦ୍ୱିତୀୟ ପତ୍ନୀ ଅଭିରାମଙ୍କୁ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଇଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା।
ମେଡିକାଲ ପକ୍ଷରୁ ଶବବାହାକ ଗାଡ଼ି ଦିଆଯାଇଥିଲା। ଦ୍ୱିତୀୟ ପତ୍ନୀ ଶବ ନେଇ ପ୍ରଥମେ ଅଭିରାମଙ୍କ ପୈତୃକ ଘର ଶିଶୁପନ୍ନ ଗାଁ କୁ ଯାଇଥିଲେ। ସେଠାରେ ମୃତଦେହ ଗ୍ରହଣ କରିବାକୁ ସିଧାସଖକ ମନା କରିଦେଇଥିଲେ ପରିବାର ଲୋକେ।
ତାପରେ ଅଭିରାମଙ୍କ ଶବକୁ ନେଇ ପ୍ରଥମ ପତ୍ନୀଙ୍କ ପରିବାର ରହୁଥିବା ବଡ଼କୁଢ଼ା, ଗାଁକୁ ଯାଇଥିଲା ମହାପ୍ରୟାଣ ଗାଡ଼ି। ସେଠି ମଧ୍ୟ ସମାନସ୍ଥିତି ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ଖବର ପାଇ ରେଢାଖୋଲ ପୋଲିସ, ତହସିଲଦାର ଯାଇ ଗ୍ରାମବାସୀ,ପରିବାରକୁ ବୁଝାଇ ଶେଷରେ ନିରାଶ ହୋଇଥିଲେ। ପରେ କିଛି ସମାଜସେବୀଙ୍କ ସହଯୋଗରେ ରେଢ଼ାଖୋଲ ଆଣି ଶବକୁ ସମ୍ମାନ ସହ ସତ୍କାର କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)