Advertisment

ପୁରୀରେ ଫୁଟିଲା ଗୁଳି

ପୁରୀ (ପ୍ରଦୀପ ମହାନ୍ତି): ପୁରୀରେ ଏନକାଉଣ୍ଟର ହୋଇଛି। ଅପରାଧୀକୁ ଧରିବାକୁ ଯାଇ ପୁଲିସ୍ ଏନକାଉଣ୍ଟର କରିଛି। ସୂଚନା ଅନୁସାରେ, ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଲବଣିଆ ଥାନା ଅନ୍ତର୍ଗତ କୁମୁଟି ପାଟଣା ଅଞ୍ଚଳରେ ରାକେଶ କୁମାରଙ୍କୁ ଗୁଳିମାଡ଼ ହୋଇଥିଲା। ଦୁର୍ବୃତ୍ତ ତାଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଏହାପରେ ତାଙ୍କୁ ଅନ୍ୟତ୍ର ନେଇ ପୁଣି ଦୁଇ ରାଉଣ୍ଡ ଗୁଳି ମାରିଥିଲେ। ଏହାପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଗୁରୁତର ରାକେଶ ପ୍ରଥମେ ସିଦ୍ଧମହାବୀର ମଣ୍ଡପ ନିକଟରେ […]

author-image
Jyotsnamayee Pradhan
ପୁରୀରେ ଫୁଟିଲା ଗୁଳି

puri

ପୁରୀ (ପ୍ରଦୀପ ମହାନ୍ତି): ପୁରୀରେ ଏନକାଉଣ୍ଟର ହୋଇଛି। ଅପରାଧୀକୁ ଧରିବାକୁ ଯାଇ ପୁଲିସ୍ ଏନକାଉଣ୍ଟର କରିଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଲବଣିଆ ଥାନା ଅନ୍ତର୍ଗତ କୁମୁଟି ପାଟଣା ଅଞ୍ଚଳରେ ରାକେଶ କୁମାରଙ୍କୁ ଗୁଳିମାଡ଼ ହୋଇଥିଲା। ଦୁର୍ବୃତ୍ତ ତାଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଏହାପରେ ତାଙ୍କୁ ଅନ୍ୟତ୍ର ନେଇ ପୁଣି ଦୁଇ ରାଉଣ୍ଡ ଗୁଳି ମାରିଥିଲେ। ଏହାପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।

ଗୁରୁତର ରାକେଶ ପ୍ରଥମେ ସିଦ୍ଧମହାବୀର ମଣ୍ଡପ ନିକଟରେ ଦୁଇ ରାଉଣ୍ଡ ଗୁଳିମାଡ଼ କରିବା ପରେ କୁମୁଟିପାଟଣାରେ ଆଉ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲା।

Advertisment

ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା। ପୁଲିସ୍‌ ତାକୁ ଧରିବାକୁ ଉଦ୍ୟମ କରିବା ବେଳେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ୍‌ ତାକୁ ଗୁଳିମାଡ଼ କରିଛି। ଏନ୍‌କାଉଣ୍ଟରର ଶିକାର ହୋଇଥିବା ଯୁବକ ଜଣଙ୍କ ଗୁଡୁ ବୋଲି ଜଣାପଡ଼ିଛି।

ଉଭୟ ରାକେଶ ଓ ଗୁଡୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ପୁଲିସ୍‌ କହିଛି।

Advertisment
Advertisment