Advertisment

ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ

କଟକ: ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ, ଅଧ୍ୟାପକ ତଥା ସମାଲୋଚକ ଓ ଉତ୍କଳ ସାହିତ୍ୟର ସମାଜର ପୂର୍ବତନ ସଭାପତି ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓଡ଼ିଆ ସାହିତ୍ୟର ଏହି ଉଜ୍ଜ୍ୱଳ ଜ୍ୟୋତିଷ୍କ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତିଘଟିଛି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର […]

author-image
Abinash Pati
ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ

ratnakara-chjaini

କଟକ: ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ, ଅଧ୍ୟାପକ ତଥା ସମାଲୋଚକ ଓ ଉତ୍କଳ ସାହିତ୍ୟର ସମାଜର ପୂର୍ବତନ ସଭାପତି ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓଡ଼ିଆ ସାହିତ୍ୟର ଏହି ଉଜ୍ଜ୍ୱଳ ଜ୍ୟୋତିଷ୍କ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

Advertisment

ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତିଘଟିଛି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ସେ ଅନେକ ଗଳ୍ପ, କବିତା, ନାଟକ ଆଦି ଶତାଧିକ ପୁସ୍ତକ ରଚନା କରିଛନ୍ତି। ଏଥିସହିତ ସେ ଶୂନ୍ୟ ସ୍ୱରୂପ ଚଳଚ୍ଚିତ୍ରରେ କାହାଣୀ ଓସଂଳାପ ଲେଖିବା ଏଥିସହିତ ଅନୁବାଦ  ଓ ଗବେଷଣା ମଧ୍ୟ କରିଛନ୍ତି।

[caption id="" align="aligncenter" width="615"]22nd Annual award Presentation Ceremony of Sahitya Bharati Samman ... ସାହିତ୍ୟ ଭାରତୀ ସମ୍ମାନ[/caption]

Advertisment

ତାଙ୍କ ଦ୍ୱାରା ରଚିତ ନାଟକ କଳଙ୍କିତ ସୂର୍ଯ୍ୟ ପାଇଁ ୧୯୭୫ରେ ରତ୍ନାକର ଚଇନିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୧୯୭୨ରେ ରାଜହଂସ ନାଟକ ପାଇଁ ଅହମଦାବାଦରେ ଶ୍ରେଷ୍ଟ ନାଟ୍ୟାକାର ସମ୍ମାନ, ୧୯୯୭ରେ ନାଟ୍ୟଶ୍ରୀ ସମ୍ମାନ, ୧୯୯୯ ଗଣକବି ବୈଷ୍ଣବପାଣୀ ସମ୍ମାନ, ୨୦୦୩ରେ ନାଟ୍ୟ ଭୂଷଣ ୨୦୧୬ରେ ତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ ଆଦି ୩୦ରୁ ଅଧିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି।

ରତ୍ନାକର ଚଇନିଙ୍କ ଜନ୍ମ ୨୫ଜୁଲାଇ୧୯୪୫ରେ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ସରେଇ ଗ୍ରାମରେ ହୋଇଥିଲା। ତାଙ୍କ ସ୍ୱାଭିମାନୀ ଚରିତ୍ର ଓ ନିଜ ଶିଂଘରେ ମାଟି ତାଡ଼ିବାର ନିଶା ପାଇଁ ମାଟ୍ରିକ୍ ପାସ୍ ପରେ ନିଜ ଉଦ୍ୟମରେ ସେ ଉଚ୍ଚ ଶିକ୍ଷା ଆରମ୍ଭ କରିଥିଲେ।

ନେମାଳ ହାଇସ୍କୁଲ୍‌ରୁ ଦଶମ ଶ୍ରେଣୀ ପାସ୍ କରିବା ପରେ ଖ୍ରୀଷ୍ଟ କଲେଜ୍‌ରୁ ଗ୍ରାଜୁଏସନ୍‌ ପାସ୍ କରିଥିଲେ। ପରେ ରେଭେନ୍ସାରେ କଲେଜ୍‌ରୁ ଓଡ଼ିଆରେ ଏମ୍ଏ ପାସ୍ କରି ୧୯୭୮ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରିଥିଲେ। ଏହାପରେ ୧୯୭୯ରୁ ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପନା ଆରମ୍ଭ କରିଥିଲେ। ଶେଷରେ ଶୈଳବାଳା ମହିଳା କଲେଜ୍‌ରୁ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ। ଅଧ୍ୟାପକ ଭାବରେ ସେ ଥିଲେ ଛାତ୍ରବତ୍ସଳ।

ତାଙ୍କ ଅଧିନରେ ପ୍ରାୟ ୧୮ ଜଣ ଗବେଷକ ଗବେଷିକା ପିଏଡ୍‌ ଓ ଡି,ଲିଟ୍‌ ଉପାଧି ଲାଭ କରିଛନ୍ତି। ଏମିତିଙ୍କ ରତ୍ନାକର ଚଇନିଙ୍କ କୃତି ଉପରେ ଗବେଷଣା କରି ୭ ଜଣ ଗବେଷକ ପିଏଚ୍‌ଡି ଲାଭ କରିଛନ୍ତି।

ତାଙ୍କ ଦ୍ୱାରା ରଚିତ କ୍ଷୁଦ୍ର ଗଳ୍ପଗୁଡ଼ିକ ହେଲା- ଗପ, ମୁଠାଏ ଶୂନ୍ୟତା, ଋତୁର ନାମ ପିପାସା, ନିଷିଦ୍ଧ ଶୃଙ୍ଗାର, ସ୍ନାୟୁ ସନ୍ୟାସୀ ଓ ଅନ୍ୟମାନେ ଆଦି ଅନେକ। ସେହିଭଳି ତାଙ୍କ ଦ୍ୱାରା ରଚିତ କିଛି ନାଟକ ହେଲା- ଶେଷ ଅଶ୍ରୁ, ଅଥଚ ଚାଣକ୍ୟ, ଅସ୍ତରାଗର ଚନ୍ଦ୍ର, ମଞ୍ଚ ନାୟିକା, ପୁନଶ୍ଚ ପୃଥିବୀ, କଳିଙ୍କିତ ସୂର୍ଯ୍ୟ(1974ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ), ନାଗପେଣୀର ଋତୁ ଆଦି।
ଉପନ୍ୟାସ ହେଲା- ରାତ୍ରିର ରଜନୀ ଗନ୍ଧା, ଅବ୍ୟକ୍ତ ଗୋଧୂଳି, ଲୁହ ଲହରୀ, ବିଷ ବଳୟ ଓ ଫୁଲର ଫଗୁଣ ଆଦି ଉପନ୍ୟାସ ରଚନା କରିଛନ୍ତି ରତ୍ନାକର।

Advertisment
Advertisment