Advertisment

ରାସ୍ତାରେ ବୁଲି ଖାଦ୍ୟ ମାଗୁଛି ଗଜରାଜ

ସୁନ୍ଦରଗଡ(ରଂଜିତ ଚୌଧୁରୀ): ରାଜରାସ୍ତାରେ ବୁଲୁଛି । ଦିନେ ବା ଦୁଇ ଦିନ ନୁହଁ, ଦୀର୍ଘ ୭ ଦିନ ଧରି ବୁଲୁଛି।  ଜଙ୍ଗଲରୁ ଆସି ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଉଛି। ଖାଇବାକୁ ମାଗୁଛି। ଆଉ ଖାଇବା ପାଇଗଲେ ପୁଣି ଜଙ୍ଗଲକୁ ଚାଲି ଯାଉଛି।  ଏଠି ଆମେ ସେଇ ଗଜରାଜ କଥା କହୁଛୁ ଯିଏ ବେଶ କିଛି ଦିନ ହେବ ଟେନ୍‌ସା ବରସୁଆଁ ଘାଟି ଅଞ୍ଚଳରେ ଏମିତି ବୁଲୁଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ଜିଲ୍ଲାର ଟେନ୍‌ସା ବରସୁଆଁ ଘାଟି ଅଞ୍ଚଳରେ […]

author-image
Minati Mishra
ରାସ୍ତାରେ ବୁଲି ଖାଦ୍ୟ ମାଗୁଛି ଗଜରାଜ

elephant.JPG-1

ସୁନ୍ଦରଗଡ(ରଂଜିତ ଚୌଧୁରୀ): ରାଜରାସ୍ତାରେ ବୁଲୁଛି । ଦିନେ ବା ଦୁଇ ଦିନ ନୁହଁ, ଦୀର୍ଘ ୭ ଦିନ ଧରି ବୁଲୁଛି।  ଜଙ୍ଗଲରୁ ଆସି ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଉଛି। ଖାଇବାକୁ ମାଗୁଛି। ଆଉ ଖାଇବା ପାଇଗଲେ ପୁଣି ଜଙ୍ଗଲକୁ ଚାଲି ଯାଉଛି।  ଏଠି ଆମେ ସେଇ ଗଜରାଜ କଥା କହୁଛୁ ଯିଏ ବେଶ କିଛି ଦିନ ହେବ ଟେନ୍‌ସା ବରସୁଆଁ ଘାଟି ଅଞ୍ଚଳରେ ଏମିତି ବୁଲୁଥିବା ଦେଖିବାକୁ ମିଳିଛି।

Advertisment

ସୁନ୍ଦରଗଡ ଜିଲ୍ଲାର ଟେନ୍‌ସା ବରସୁଆଁ ଘାଟି ଅଞ୍ଚଳରେ ବେଶ୍‌ କିଛିଦିନ ହେବ ଏଇ ହାତୀଟି ଠିଆ ହେଇ ଖାଦ୍ୟ ମାଗୁଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।  ଦିନ ହେଉ ବା ରାତି, ଯେତେବେଳେ ଇଚ୍ଛା ହେଉଛି ଜଙ୍ଗଲ ଭିତରୁ ବାହାରି ଆସୁଛି ହାତୀ ।  ରାଜରାସ୍ତାରେ ଗାଡି ଅଟକାଇ ରଖୁଛି। ଗାଡି ଚାଳକଙ୍କ ଆଡକୁ  ତା’ର ଶୁଣ୍ଢ ବଢାଇ ଦେଉଛି । ସତେ ଯେମିତି ଖାଇବାକୁ ମାଗୁଛି।

ହାତୀର ଏପରି ବ୍ୟବହାରରେ ପ୍ରତ୍ୟେକ ଦିନ ଟେନସା ବରସୁଁଆ ଘାଟିରେ ଘଣ୍ଟା ଘଣ୍ଟା ଧରି ଗାଡି ଚଳାଚଳ ବନ୍ଦ ରହୁଛି। ହାତୀଟି କ’ଣ ଚାହୁଁଛି ଜଣା ନ ଥିଲେ ବି, ଗାଡି ଚାଳକ ତା ଶୁଣ୍ଢରେ କିଛି ଖାଦ୍ୟ ପକାଇ ଦେଲେ ସେତକ ମନ ଖୁସିରେ ଖାଇ ଦେଉଛି ହାତିଟି। ଆଉ ତା’ ପରେ ଘାଟି ରାସ୍ତାରୁ ଜଙ୍ଗଲ ମଧ୍ୟକୁ ଚୁପଚାପ୍‌ ଚାଲି ଯାଉଛି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟର କଥା, ୭ ଦିନ ଧରି ହାତଟି ଏପରି ରାସ୍ତାରାସ୍ତରେ ବୁଲୁଥିଲେ ହେଁ କାହାର କୌଣସି କ୍ଷତି ଘଟାଇ ନାହିଁ। ତେବେ ବନ ବିଭାଗ ଖବର ପାଇ ମଧ୍ୟ ଏପର୍ଯ୍ୟନ୍ତ ଗଜରାଜକୁ ଘଉଡ଼ାଇବାରେ ସଫଳ ହୋଇପାରିନି।  ଏ ନେଇ ବରସୁଆଁ ରେଞ୍ଜର କହିଛନ୍ତି, ’ଆମେ ଟ୍ରାକ କରୁଛୁ । ଦୁଇଟି ହାତୀ ଅଛନ୍ତି । ଗୋଟିଏ ରାସ୍ତାକୁ ଆସି ଖାଦ୍ୟ ମାଗୁଛି । ହେଲେ ଶାନ୍ତ ହାତୀ କାହାର କିଛି କ୍ଷତି କରୁନି।  ଆମ ଟିମ ନଜର ରଖୁଛି।’

Advertisment
Advertisment