Advertisment

ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ଇଡ୍‌କୋର ନୋଟିସ୍

ଭୁବନେଶ୍ୱର: ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ନୋଟିସ୍ କରିଛି ଇଡ୍‌କୋ। ସାତ ଦିନ ଭିତରେ ହାଟ ପୂରା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ଇଡ୍‌କୋ। ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରି ଦିଆଯାଇଛି। ଏକାମ୍ର ହାଟରେ ରହିଛି ୬୨ଟି ଷ୍ଟଲ। ହାଟ ବନ୍ଦ ହୋଇଗଲେ ଶହେରୁ ଅଧିକ ବ୍ୟବସାୟୀଙ୍କ ପରିବାର ଅସୁବିଧାରେ ପଡ଼ିବ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟବସାୟୀ ଓ […]

author-image
Abinash Pati
ଅଦ୍ୟତନ ହୋଇଛି
ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ଇଡ୍‌କୋର ନୋଟିସ୍

edco

ଭୁବନେଶ୍ୱର: ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ନୋଟିସ୍ କରିଛି ଇଡ୍‌କୋ। ସାତ ଦିନ ଭିତରେ ହାଟ ପୂରା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ଇଡ୍‌କୋ। ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରି ଦିଆଯାଇଛି।

Advertisment

ଏକାମ୍ର ହାଟରେ ରହିଛି ୬୨ଟି ଷ୍ଟଲ। ହାଟ ବନ୍ଦ ହୋଇଗଲେ ଶହେରୁ ଅଧିକ ବ୍ୟବସାୟୀଙ୍କ ପରିବାର ଅସୁବିଧାରେ ପଡ଼ିବ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟବସାୟୀ ଓ କାରିଗର ନିଜ ବ୍ୟବସାୟ କରୁଛନ୍ତି। କରୋନା ପାଇଁ ପ୍ରାୟ ୬ ମାସ ହେଲାଣି ବେପାର ବନ୍ଦ। ଏବେ ଲକ୍‌ଡାଉନ୍ ଖୋଲି ସବୁ ସ୍ୱାଭାବିକ ହେବାକୁ ଯାଉଥିବା ବେଳେ ହାଟ ଖାଲି କରିବାକୁ ଇଡ୍‌କୋ ନିର୍ଦ୍ଦେଶ ବ୍ୟବସାୟୀଙ୍କୁ ବେଶ୍ ଚିନ୍ତାରେ ପକାଇଛି।

ଅନ୍ୟ ଜାଗାରେ ଥଇଥାନ କରିବା ପରେ ହାଟରୁ ହଟାଇବାକୁ ଓ ଏହାର ନବୀକରଣ କରିବାକୁ ଦାବି କରିଛି ଏକାମ୍ର ହାଟ ବ୍ୟବସାୟୀ ସଂଘ।

Advertisment

Advertisment
Advertisment