/odishatv-khabar/media/post_attachments/uploadimage/library/16_9/16_9_0/Capture-9_1623156304.jpg)
Dr Chhitaranjan
ବଲାଙ୍ଗିର: କରୋନା କାଳରେ ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତର । ବିଦେଶରେ କାମ କରୁଥିବା ଓଡ଼ିଆ ଡାକ୍ତର ନିଜ ଜନ୍ମମାଟି ଲାଗି ୧୫ଟି ଅକ୍ସିଜେନ କନସେନ୍ଟ୍ରେଟର ପଠାଇଛନ୍ତି । ବଲାଙ୍ଗିର ଜିଲ୍ଲାର ଓଡ଼ିଆ ଡାକ୍ତର ଚିତ୍ତରଂଜନ ଯୋଶୀ ବର୍ତ୍ତମାନ ଅଷ୍ଟ୍ରେଲିଆରେ କାର୍ଯ୍ୟ କରୁଛନ୍ତି । କରୋନା ସ୍ଥିତିରେ ରାଜ୍ୟରେ ଅକ୍ସିଜେନକୁ ନେଇ ଅନେକ ରୋଗୀ ସମସ୍ୟା ଭୋଗୁଥିବା ବେଳେ ସେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ନିକଟରୁ ୧୫ଟି ଅକ୍ସିଜେନ୍ କନ୍ସେନ୍ଟ୍ରେଟର ପଠାଇଛନ୍ତି ।
/odishatv-khabar/media/post_attachments/wp-content/uploads/2021/06/vlcsnap-error865-Copy.png)
ଏହି ସବୁ ଅକ୍ସିଜେନ କନସେନଟ୍ରେଟର ମୂଲ୍ୟ ୧୦ ଲକ୍ଷ ୫୦ ହଜାର ଟଙ୍କା ହେବ । ବଲାଙ୍ଗିର ଜିଲ୍ଲା ତାଲପାଲିପଡ଼ାରେ ଡାକ୍ତର ଚିତ୍ତରଂଜନ ଯୋଶୀଙ୍କ ଜନ୍ମ । ବୁର୍ଲା ଭୀମସାରରେ ଏମ୍ବିବିଏସ୍ ପରେ ଦିଲ୍ଲୀର ଏମ୍ସରେ ଉଚ୍ଚଶିକ୍ଷା ହାସଲ କରିଥିଲେ । ଏହାପରେ ସେ ଅଷ୍ଟ୍ରେଲିଆର ନାଗରିକତ୍ୱ ଗ୍ରହଣ କରି ସେଠାରେ ରୋଗୀ ସେବା କରି ଆସୁଛନ୍ତି । ଅଷ୍ଟ୍ରେଲିଆରେ ରହୁଥିଲେ ମଧ୍ୟ ନିଜ ମାଆ ମାଟିକୁ ଭୁଲି ପାରିନାହାନ୍ତି ଡାକ୍ତର ଚିତ୍ତରଂଜନ ଯୋଶୀ । ଡାକ୍ତର ଯୋଶୀଙ୍କ ଏଭଳି ମହତ କାମ ପାଇଁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଟ୍ୱିଟ୍ ଯୋଗେ ପ୍ରଶଂସା କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ।
/odishatv-khabar/media/post_attachments/wp-content/uploads/2021/06/vlcsnap-error499.png)
ଗୋଟିଏପଟେ ବିଦେଶରେ ଥାଇ ମଧ୍ୟ କିଛି ସହୃଦୟ ବ୍ୟକ୍ତି, ଦେଶ ପାଇଁ ତଥା ମାଟି ପାଇଁ ସହାଯ୍ୟ ସହଯୋଗର ହାତ ବଢ଼ାଉଛନ୍ତି । ଅନ୍ୟପଟେ ନିଜ ଦେଶରେ ଥାଇ ମଧ୍ୟ ଲୋକଙ୍କ ପାଇଁ କିଛି ଡାକ୍ତର ଜମ ପାଲଟିଯାଉଛନ୍ତି ।
ସେମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ । ରୋଗୀଙ୍କ ଜୀବନ ସହ ଖେଳ ଖେଳିଛି ଡାକ୍ତରଖାନା ।ଆଗ୍ରାର ଏକ ପ୍ରମୁଖ ଘରୋଇ ହସ୍ପିଟାଲ୍ରେ ଏକ୍ସପେରିମେଣ୍ଟ କରିବା ଉଦେଶ୍ୟରେ ୫ ମିନିଟ ପାଇଁ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା ବନ୍ଦ କରାଯାଇଥିଲା । ଯାହାଫଳରେ ୨୨ ଜଣ ରୋଗୀଙ୍କ ଜୀବନ ଚାଲି ଯାଇଥିବା କୁହାଯାଉଛି । ଏହି ଘଟଣା ଘଟିଥିଲା ଏପ୍ରିଲ ୨୬ ତାରିଖ ପୂର୍ବାହ୍ନରେ । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରଖାନା ମାଲିକ କହିଛନ୍ତି ଯେ, “ପ୍ରକୃତରେ ସେଦିନ ଅକ୍ସିଜେନ୍ର ଅଭାବ ଦେଖା ଦେଇଥିଲା । ଆମେ ଲୋକଙ୍କୁ କହିଥିଲୁ ଯେ, ସେମାନେ ସେମାନଙ୍କର ରୋଗୀଙ୍କୁ ନେଇ ଯାଆନ୍ତୁ । ହେଲେ ଏଥିପାଇଁ କେହି ବି ପ୍ରସ୍ତୁତ ନଥିଲେ । ତେଣୁ ଏକ୍ସପେରିମେଣ୍ଟ୍ ଭାବେ ଏକ ମକ୍ ଡ୍ରିଲ କରିବାକୁ ମୁଁ ନିଷ୍ପତ୍ତି ନେଲି । ଏପ୍ରିଲ ୨୬ ସକାଳ ୭ଟାରେ ୫ ମିନିଟ୍ ପାଇଁ ଅକ୍ସିଜେନ୍ ସପ୍ଲାଏକୁ ଆମେ ବନ୍ଦ କରିଥିଲୁ । ଫଳରେ ୨୨ ଜଣ ରୋଗୀ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଓ ସେମାନଙ୍କର ଶରୀର ନୀଳ ହେବାରେ ଲାଗିଲା । ଏହାପରେ ଆମେ ଜାଣିବାକୁ ପାଇଲୁ ଯେ, ଏଭଳି କେସ୍ରେ ବିନା ଅକ୍ସିଜେନ୍ରେ ଏମାନଙ୍କର ବଞ୍ଚିବା କଷ୍ଟକର । ବାକି ୭୪ ଜଣ ରୋଗୀ, ଯେଉଁମାନେ ଆଇସିୟୁ ୱାର୍ଡରେ ଥିଲେ ସେମାନଙ୍କୁ ନିଜ ପାଇଁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଡ଼ କରିବା ଲାଗି ସେମାନଙ୍କର ପରିବାର ଲୋକଙ୍କୁ କୁହାଯାଇଥିଲା‘ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)