Advertisment

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

author-image
Chandan Shishu
ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

whatsapp

ଭୁବନେଶ୍ୱର: କରୋନାକୁ ନେଇ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା କିମ୍ବା ପ୍ରଶ୍ନ ଥିଲେ ହ୍ୱାଟ୍ସଆପ୍‌ ଜରିଆରେ ପାଇପାରିବେ ଊତ୍ତର।  ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ। ସେଥିପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ହ୍ୱାଟ୍ସଆପ୍‌ ନମ୍ବର ୯୯୩୭୫ ୬୪୦୬୬ । ଯେକୌଣସି ଲୋକେ ପ୍ରତିଦିନ ଅପରାହ୍ନ ୩ଟାରୁ ସାଢ଼େ ୩ଟା ପ୍ରଶ୍ନ କରିପାରିବେ। ହ୍ୱାଟ୍ସଆପ୍‌ରେ ପ୍ରଶ୍ନ କଲେ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେବେ।

Advertisment

 ଓଡ଼ିଶାରେ ମହାମାରୀ କରୋନା ଗୋଷ୍ଠୀ ସଂକ୍ରମଣର ଷ୍ଟେଜ ଫୋର୍‌ରେ ପହଞ୍ଚିଛି! ଯାହାକି ଅତି ଭୟଙ୍କର। କରୋନା ପଜିଟିଭ୍‌ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଦୈନିକ ୪ ହଜାର ପଜିଟିଜ୍‌ ଚିହ୍ନଟ ହେଉଛନ୍ତି। ଏହି ଟ୍ରେଣ୍ଡ ଖସିବାକୁ ଆହୁରି ମାସେ ଲାଗିବ। ଯଦି ଲୋକେ ସଚେତନ ହୁଅନ୍ତି, ତାହାଲେ ନଭେମ୍ବର ୧୭ ଆଡ଼କୁ ପ୍ଲାଟୋ ସ୍ଥିତିକୁ ଆସିପାରେ ବୋଲି କହୁଛନ୍ତି ବିଶେଷଜ୍ଞ।

ସଂକ୍ରମଣର ବାରୁଦ ଗଦାରେ ବସିଥିବା ରାଜଧାନୀରେ ସାଢ଼େ ୧୭ ହଜାର ପାର୍ କଲାଣି ପଜିଟିଭ୍ ସଂଖ୍ୟା। ୩୦୦ ତଳକୁ ଖସୁନି ଦୈନିକ ସଂକ୍ରମଣ ଟ୍ରେଣ୍ଡ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରାଜଧାନୀରେ ଏବେ ପିକ୍‌ ଷ୍ଟେଜ୍‌ରେ ରହିଛି। ଆଗକୁ ବ୍ରହ୍ମପୁର ଭଳି ଏଠି ମଧ୍ୟ କାବୁକୁ ଆସିଯିବ ମହାମାରୀ। ହେଲେ ପ୍ଲାଟୋ ସ୍ଥିତିକୁ ଆସିବାକୁ ଅଧିକ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

Advertisment

ତେବେ କେତେକ ଅମାନିଆଙ୍କ ପାଇଁ ଏପରି ଟ୍ରେଣ୍ଡ ଦେଖା ଦେଉଥିବା ଆଲୋଚନା ହେଉଛି। ସେଥିପାଇଁ ପୁଲିସ ଉପରେ କ୍ଷୁବ୍ଧ ହୋଇଥିଲେ। ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କମିଶନରେଟ୍‌ ପୁଲିସ ଆକ୍ଟିଭ୍‌ ହୋଇଛି। ଗୁରୁବାରଠାରୁ ପୁଲିସ ଛକ୍‌ ଛକ୍‌ରେ ଚେକିଂ କରୁଥିବା ବେଳେ ହାଟ ଓ ବଜାରରେ ଚଢ଼ଉ କରି ଅମାନିଆଙ୍କଠାରୁ ଫାଇନ୍‌ ଆଦାୟ କରିଛି।

କରୋନା ସ୍ଥିତିକୁ ଦେଖିଲେ ବିଏମ୍‌ସି ଅଞ୍ଚଳରେ ଆଜି ସୁଦ୍ଧା ୧୭୯୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୬୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୨୧୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment
Advertisment