Advertisment

ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ‘ସବୁଜ ବିପ୍ଳବୀ ସମ୍ମାନ’

ଭୁବନେଶ୍ୱର:‘ଗଛ ଲଗାଅ, ବିଶ୍ୱ ବଞ୍ଚା’ ଅଭିଯାନ, ବିଶ୍ୱ ଆମ ଘର, ତାକୁ କରିବା ସବୁଜ, ସ୍ୱଚ୍ଛ, ସୁନ୍ଦର, ସବୁଜ ବିଶ୍ୱ ପାଇଁ ଓଡ଼ିଆ ପୁଅର ରଣହୁଙ୍କାର ପରି ଅନ୍ତର୍ଜାତୀୟ ସ୍ତର କାର୍ଯ୍ୟକ୍ରମର ନେତୃତ୍ୱ ନେବା, ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ଆମ ରାଜ୍ୟ, ଦେଶ ଓ ବିଦେଶରେ ୪୦, ୦୦୦ ଗ୍ରୀନ୍‌ ଆର୍ମିଙ୍କୁ ସୃଷ୍ଟି କରିଥିବାରୁ ପୂର୍ବତନ ବିଧାୟକ ତଥା ଇଣ୍ଟରନାଶନାସଲ ଗ୍ରୀନ ଆର୍ମିର କମାଣ୍ଡର ଇନ ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ […]

author-image
Minati Mishra
ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ‘ସବୁଜ ବିପ୍ଳବୀ ସମ୍ମାନ’

9b03e654-3f72-49c2-b253-b8f

ଭୁବନେଶ୍ୱର:‘ଗଛ ଲଗାଅ, ବିଶ୍ୱ ବଞ୍ଚା’ ଅଭିଯାନ, ବିଶ୍ୱ ଆମ ଘର, ତାକୁ କରିବା ସବୁଜ, ସ୍ୱଚ୍ଛ, ସୁନ୍ଦର, ସବୁଜ ବିଶ୍ୱ ପାଇଁ ଓଡ଼ିଆ ପୁଅର ରଣହୁଙ୍କାର ପରି ଅନ୍ତର୍ଜାତୀୟ ସ୍ତର କାର୍ଯ୍ୟକ୍ରମର ନେତୃତ୍ୱ ନେବା, ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ଆମ ରାଜ୍ୟ, ଦେଶ ଓ ବିଦେଶରେ ୪୦, ୦୦୦ ଗ୍ରୀନ୍‌ ଆର୍ମିଙ୍କୁ ସୃଷ୍ଟି କରିଥିବାରୁ ପୂର୍ବତନ ବିଧାୟକ ତଥା ଇଣ୍ଟରନାଶନାସଲ ଗ୍ରୀନ ଆର୍ମିର କମାଣ୍ଡର ଇନ ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ସବୁଜ ବିପ୍ଳବୀ ସମ୍ମାନରେ ସମ୍ମାନିତ କରାଯାଇଛି। କୋଣାର୍କ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବ ଅବସରରେ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

Advertisment

ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତ ବେହେରା ଏହି ସମ୍ମାନ ପ୍ରଦାନ କରି କହିଥିଲେ,  ଡକ୍ଟର ଶ୍ରୀଚନ୍ଦନଙ୍କ ଆହ୍ୱାନ ଥିଲା-ଓଡ଼ିଶାବାସୀ ଦେଶରେ ଥାନ୍ତୁ କି ବିଦେଶରେ, ପୃଥିବୀ ମା’ ପାଇଁ ଗଛଟିଏ ଲଗାନ୍ତୁ। ସବୁଜ ଯୁଦ୍ଧର ଜଣେ ସୈନିକ ଭାବେ ଗର୍ବ କରନ୍ତୁ। ତାଙ୍କର ଏହି ଆହ୍ୱାନରେ ପ୍ରଭାବିତ ହୋଇ ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆ ଗଛ ଲଗାଇବା ପାଇଁ ଆଗେଇ ଆସିଥିଲେ।

ଏହି ସଭାରେ  ପାଇକ ସର୍ଦ୍ଦାର ତଥା ଓଡ଼ିଶା ବୀର ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନଙ୍କ ସହ ଦେଶ, ବିଦେଶର ବହୁ ଅତିଥି ଯୋଗ ଦେଇଥିଲେ।

Advertisment

କାର୍ଯ୍ୟକ୍ରମକୁ ପ୍ରେସ୍‌ କ୍ଲବ ସଭାପତି, ସମ୍ପାଦକ ତଥା କାର୍ଯ୍ୟକର୍ତ୍ତାବୃନ୍ଦ ପରିଚାଳନା କରିଥିଲେ।

Advertisment
Advertisment