• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ଆଜି ଲକଡାଉନ୍ ଅବଧିର ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଲକଡାଉନ୍ ଅବଧି ବଢିବ ନା ସରକାର କୋହଳ କରିବେ ଏହାର ସମୟସୀମା ? ପ୍ରାୟ ଦୁଇ ମାସର ଲକଡାଉନ୍, ସପ୍ତାହାନ୍ତ ସଟ୍ ଡାଉନ୍ ଓ ପୁଣି ଆଂଶିକ ଲକଡାଉନ ପରେ ଏବେ ସମସ୍ତଙ୍କ ନଜର ଜୁଲାଇ ଗାଇଡ୍ ଲାଇନ୍ ଉପରେ ଥିବାବେଳେ ଏ ନେଇ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଅନ୍ୟପକ୍ଷେ ଲକ୍‌ଡାଉନ ଖୋଲିବା ଉଚିତ୍‌ କି ନାହିଁ , ଯଦି ଖୋଲିବ କିପରି ହେବା ଉଚିତ ସେ ନେଇ ମୁହଁ ଖୋଲିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଡିଏମଇଟି ସିବିକେ ମହାନ୍ତି କହିଛନ୍ତି,  ଜୀବନ ଜୀବିକା ପାଇଁ ରାଜ୍ୟରେ କଟକଣା କୋହଳ ହେବା ଆବଶ୍ୟକ ରହିଛି । କିନ୍ତୁ ତାହା ପର୍ଯ୍ୟାୟକ୍ରମେ ହେବା ଉଚିତ୍‌ ।

ହଠାତ ନିୟମ କୋହଳ କଲେ ଲୋକେ ଅମାନିଆ ହୋଇଯିବେ । ତେଣୁ ଆବଶ୍ୟକତାକୁ ଦେଖି ପଦକ୍ଷେପ ନିଆଯିବା ସହ କଟକଣା ରଖିବାକୁ ସେ କହିଛନ୍ତି । ଟିକାକରଣ ନେଇ ଡ. ମହାନ୍ତି  କହିଛନ୍ତି, ଟିକା ପଠାଇବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ଯେଉଁ ପରିମାଣର ଟିକା ଆସିବ, ସେଇ ଅନୁଯାୟୀ, ଟିକା ଦିଆଯିବ। ତା ଛଡ଼ା ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଟିକା ଦିଆଯିବ ବୋଲି ସେ କହିଛନ୍ତି।

ସୂଚନାଥାଉ କି, ବିଭିନ୍ନ ରାଜ୍ୟରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଜିମ୍, ମଲ୍ ଓ ବସ୍ ସେବାକୁ ଅନୁମତି ମିଳିିଥିବାରୁ ଜୀବୀକାକୁ ଆଖି ଆଗରେ ରଖି ଆମ ରାଜ୍ୟରେ ବି ସେହି ଅନୁଯାୟୀ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

Dmet-cbk-mohanty-said-about-unlock-matter
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories