/odishatv-khabar/media/post_attachments/uploadimage/library/16_9/16_9_0/ff_1625444147.jpg)
ff
ଭୁବନେଶ୍ୱର: କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ଦେଲା ଓଟିଭି। ଭୁବନେଶ୍ୱର DCPଙ୍କ ଠାରେ ଏତଲା କଲା ଓଡ଼ିଶା ଟେଲିଭିଜନ ଲିମିଟେଡ। ଆଇଆଇସି ଆଇନ ଉଲ୍ଲଙ୍ଘନ କରିଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି। IPC ଧାରା ୧୬୬, ୧୬୭, ୧୯୩, ୨୧୮ରେ ମାମଲା ରୁଜୁ ପାଇଁ ଡିସିପିଙ୍କ ନିକଟରେ ଆବେଦନ କରିଛି ଓଟିଭି। IIC ରାତି ଅଧିଆ ନୋଟିସ କରି ରିପ୍ଲାଇ ପାଇଁ ସମୟ ନଦେବା ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।
ନୋଟିସ ମୁତାବକ ଡକ୍ୟୁମେଣ୍ଟ ନେଇଯାଇଥିଲେ ବି ନରଖିବା ଏତଲାରେ ଉଲ୍ଲେଖ କରାଯାଇଛି। ଓଟିଭି ଲୋକ ସଂପର୍କ ଅଧିକାରୀଙ୍କ ଠାରୁ ଡକ୍ୟୁମେଣ୍ଟ IIC ରଖିନଥିଲେ। ଇଣ୍ଡିଆନ ଏଭିଡେନ୍ସ ଆକ୍ଟ 65-B ଅନୁସାରେ ଡକ୍ୟୁମେଣ୍ଟ ଦିଆଯାଇଥିଲା। ଡକ୍ୟୁମେଣ୍ଟ ନରଖି IIC ଧାରା ୧୬୬, ୧୬୭, ୧୯୩, ୨୧୮ର ଉଲ୍ଲଙ୍ଘନ କରିଥିବା ଏତଲାରେ କୁହାଯାଇଛି।
ଆଇନ ଅନୁସାରେ ମାଗିଥିବା ଡକ୍ୟୁମେଣ୍ଟ ରଖିବାକୁ ପୋଲିସ ବାଧ୍ୟ। ଡକ୍ୟୁମେଣ୍ଟ ନରଖି IIC ନିଜ ନିର୍ଦ୍ଦେଶର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। IICଙ୍କ ଏତାଦୃଶ ଆଚରଣ ନୋଟିସ ପ୍ରାପକଙ୍କୁ ଆଘାତ ଦେଇଛି। IICଙ୍କ ଏତାଦୃଶ ଆଚରଣ ଧର୍ତ୍ତବ୍ୟ ଅପରାଧକୁ ଆମନ୍ତ୍ରଣ କରୁଛି। ଆବେଦନ ଆଧାରରେ ମାମଲା ରୁଜୁ ପାଇଁ ଡିସିପିଙ୍କ ନିକଟରେ ଅପିଲ କରିଛି ଓଟିଭି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)