/odishatv-khabar/media/post_attachments/uploadimage/library/16_9/16_9_0/01_1625447237.jpg)
01
ଭୁବନେଶ୍ୱର: ୭ ଜଣ ଶିଳ୍ପୀଙ୍କୁ ଧର୍ମପଦ ସମ୍ମାନ ପ୍ରଦାନ କରାଯାଇଛି । ୨୦୦୯ ମସିହା ପାଇଁ ଗୋକୁଳ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଅସୀମ ବସୁ, ୨୦୧୧ ପାଇଁ ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ସୁଦର୍ଶନ ସାହୁଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି।
Advertisment
ସେଇଭଳି ୨୦୧୩ ମସିହା ପାଇଁ ପଦ୍ମଭୂଷଣ ଯତୀନ ଦାସ, ୨୦୧୪ ପାଇଁ ଦୀନନାଥ ପାଠୀ ଏବଂ ୨୦୧୫ ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଦିଆଯାଇଛି ଧର୍ମପଦ ପୁରସ୍କାରା ଗୋକୁଳ ବିହାରୀ ପଟ୍ଟନାୟକ, ଅସୀମ ବସୁ ଏବଂ ଦୀନନାଥ ପାଠୀଙ୍କୁ ଏହା ମରଣୋତ୍ତର ଭାବେ ପ୍ରଦାନ କରାଯାଇଛି।
ମନୋନୀତ ଶିଳ୍ପୀଙ୍କ ଘରକୁ ଯାଇ ପୁରସ୍କାର ପ୍ରଦାନ କରିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ପ୍ରତି ଶିଳ୍ପୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ତାମ୍ର ଫଳକ ଏବଂ ଉପଢୌକନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଏକାଡେମୀ ସଚିବ ଶିଳ୍ପୀ ଗଜେନ୍ଦ୍ର ସାହୁ ଉପସ୍ଥିତ ଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)