/odishatv-khabar/media/post_attachments/uploadimage/library/16_9/16_9_0/BK-Sharma-1234_1626760255.jpg)
BK-Sharma
ଭୁବନେଶ୍ୱର: ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ଡିଜିପି ଇନ୍ଚାର୍ଜ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଡିଜିପି ଆର.ପି ଶର୍ମା ଛୁଟିରେ ଯାଇଥିବାରୁ ବି.କେ. ଶର୍ମାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି।
Advertisment
ପତ୍ନୀଙ୍କ ବିୟୋଗ ଯୋଗୁ ଆର.ପି ଶର୍ମା ଛୁଟିରେ ଅଛନ୍ତି। ତେଣୁ ଡିଜିପି ଇନ୍ଚାର୍ଜ ପାଇଁ ଡିଜି ପାହ୍ୟାର ୩ ଜଣଙ୍କ ନାଁ ନୂଆଦିଲ୍ଲୀକୁ ପଠାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତାଲିକା ମଧ୍ୟରୁ ବି.କେ. ଶର୍ମା ଡିଜିପି ଇନ୍ଚାର୍ଜ ଦାୟିତ୍ୱ ପାଇଁ ଭାରତୀୟ ନିର୍ବାଚନ କମିଶନ ସହମତ ଜଣାଇଛନ୍ତି।
ଦିଲ୍ଲୀର ଏକ ହସପିଟାଲରେ ଗତକାଲି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ପରଲୋକ ହୋଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)