Advertisment

ଭାରତ ବନ୍ଦ; ୯:୩୦ ପୂର୍ବରୁ ଅଫିସ୍‌ରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: କାଲି ଭାରତ ବନ୍ଦ। ଟ୍ରେଡ୍ ୟୁନିୟନର ଡାକରାରେ ଗଡ଼ିବନି ଚକ-ଅଖ। କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତିର ପ୍ରତିବାଦ କରି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛନ୍ତି ବ୍ୟାଙ୍କ, ବୀମା କେନ୍ଦ୍ର ଓ ରାଜ୍ୟ କର୍ମଚାରୀ ଶ୍ରମିକ ସଂଗଠନ ସମୁହ। ତେବେ ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ, କ୍ଷୀରଗାଡ଼ି ଓ ଫାୟାର ଗାଡ଼ି ଭଳି ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ ଦିଆଯିବ ବୋଲି ଧର୍ମଘଟ ଡାକରା ଦେଇଥିବା ସଂଗଠନ କହିଛି। ଟ୍ରେଡ୍ ୟୁନିୟନଗୁଡ଼ିକ ପକ୍ଷରୁ ଦିଆଯାଇଥିବା […]

author-image
Abinash Pati
ଭାରତ ବନ୍ଦ; ୯:୩୦ ପୂର୍ବରୁ ଅଫିସ୍‌ରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ

c

ଭୁବନେଶ୍ୱର: କାଲି ଭାରତ ବନ୍ଦ। ଟ୍ରେଡ୍ ୟୁନିୟନର ଡାକରାରେ ଗଡ଼ିବନି ଚକ-ଅଖ। କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତିର ପ୍ରତିବାଦ କରି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛନ୍ତି ବ୍ୟାଙ୍କ, ବୀମା କେନ୍ଦ୍ର ଓ ରାଜ୍ୟ କର୍ମଚାରୀ ଶ୍ରମିକ ସଂଗଠନ ସମୁହ। ତେବେ ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ, କ୍ଷୀରଗାଡ଼ି ଓ ଫାୟାର ଗାଡ଼ି ଭଳି ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ ଦିଆଯିବ ବୋଲି ଧର୍ମଘଟ ଡାକରା ଦେଇଥିବା ସଂଗଠନ କହିଛି।

Advertisment

ଟ୍ରେଡ୍ ୟୁନିୟନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ପାଇଁ ଗୃହ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ଗୃହ ବିଭାଗ। ବନ୍ଦପାଳନ ବେଳେ ଶାନ୍ତି ଶୃଙ୍ଖଳା କାଏମ ସହ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ସେହିଭଳି ସବୁ ସରକାରୀ ଅଫିସକୁ କର୍ମଚାରୀମାନେ ଯେପରି ସାଢ଼େ ୯ଟା ପୂର୍ବରୁ ପହଞ୍ଚିବେ ସେ ନେଇ ବି ପରାମର୍ଶ ଦିଆଯାଇଛି।

ଆସନ୍ତାକାଲି ଭାରତ ବନ୍ଦ ଡାକରା ପାଇଁ ଫୁଲବାଣୀ, ଗଞ୍ଜାମ, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବନ୍ଦ ବେଳେ ସତର୍କତା ଦୃଷ୍ଟିରୁ ଛୁଟି ଘୋଷଣା କରିଛନ୍ତି ସଂପୃକ୍ତ ଜିଲ୍ଲାପାଳ।

Advertisment

୮ ଟି ଦାବିରେ ଆସନ୍ତାକାଲି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ଓ ଦେଶ ବିରୋଧୀ ନୀତି ବିରୋଧରେ ଏକାଠି ହୋଇ ସଂଘର୍ଷ ପାଇଁ ଡାକରା ଦେଇଛନ୍ତି ବ୍ୟାଙ୍କ, ବୀମା, କେନ୍ଦ୍ର ଓ ରାଜ୍ୟ କର୍ମଚାରୀ ଶ୍ରମିକ ସଂଗଠନ ସମୂହ।

ସଂଗଠନର ପ୍ରମୁଖ ଦାବି ରହିଛି - ଦରଦାମ ବୃଦ୍ଧି ବନ୍ଦ କର, ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୨୧ ହଜାର କର, ସମାନ କାମକୁ ସମାନ ଦରମା, ଘରୋଇକରଣ ବନ୍ଦ ଓ କୃଷକଙ୍କ ପାଇଁ ସ୍ୱାମୀନାଥନ କମଟିର ସୁପାରିଶ ଲାଗୁ ଆଦି ଦାବି ହୋଇଛି। ଗତ ବର୍ଷ ଠିକ ଜାନୁଆରୀ ୮ରେ ବି ଏସବୁ ଦାବିରେ ଭାରତ ବନ୍ଦ ଡାକରା ଦେଇଥିଲା ଟ୍ରେଡ୍ ୟୁନିୟନ ଓ ଶ୍ରମିକ ସଂଗଠନ।

ଏପଟେ ଧର୍ମଘଟକୁ ନେଇ ରାଜନୀତି ବି ତେଜିଛି। କଂଗ୍ରେସ ଧର୍ମଘଟକୁ ସମର୍ଥନ କରିବ ବୋଲି ଖୋଲା ଘୋଷଣା କରିଥିବା ବେଳେ ବିଜେଡି ସମର୍ଥନ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବନ୍ଦ ସମର୍ଥନରେ ବାହାରି କେନ୍ଦ୍ରର ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରିବାର କିଛି ସମୟ ପରେ ଟୁଇଟ୍ କରି କଥା ବଦଳେଇଛନ୍ତି। ରଣେନ୍ଦ୍ର କହିଛନ୍ତି, ତାଙ୍କର ଏ ମନ୍ତବ୍ୟ ହିନ୍ଦ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଭାବେ ଥିଲା। ଏଥିସହ ବନ୍ଦକୁ ସମର୍ଥନ କିମ୍ବା ବିରୋଧ ନେଇ ଦଳର ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବେ ବୋଲି ଉଲ୍ଲେଖ କରିଛନ୍ତି ରଣେନ୍ଦ୍ର। ଧର୍ମଘଟକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ଭୁବନେଶ୍ୱରରେ ୧୫ ପ୍ଲାଟୁନ୍ ଫୋର୍ସ ସହ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Advertisment
Advertisment