/odishatv-khabar/media/post_attachments/uploadimage/library/16_9/16_9_0/home_1627107407.jpg)
home
ଭୁବନେଶ୍ୱର: ସରକାରୀ ଯୋଜନାରେ ପକ୍କାଘର ପାଇବାକୁ ଚିହ୍ନଟ ହିତାଧିକାରୀଙ୍କ ଯୋଗ୍ୟ-ଅଯୋଗ୍ୟ ବିବାଦ ଭିତରେ ହିତାଧିକାରଙ୍କ ପାଇଁ ଆପତ୍ତି ଅଭିଯୋଗ ଦାଖଲ କରିବାର ସମୟସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ହିତାଧିକାରୀ ତାଲିକାରେ ସାମିଲ୍ ହେବା ଓ ନାଁ କାଟିବା ସଂପର୍କିତ ଆପତ୍ତି ଅଭିଯୋଗ ପାଇଁ ଆଜି ଶେଷ ତାରିଖ ଥିଲା। ତେବେ ଏହାକୁ ୨୨ ତାରିଖ ଯାଏଁ ବୃଦ୍ଧି କରିଛି ପଞ୍ଚାୟତିରାଜ ବିଭାଗ।
Advertisment
୨୨ ତାରିଖ ଭିତରେ ଅଭିଯୋଗ ପାଇଁ ପ୍ରତି ପଞ୍ଚାୟତ ଅଫିସ୍ରେ ସ୍ୱତନ୍ତ୍ର ବାକ୍ସ ରହିବ। ଏନେଇ ସବୁ ଜିଲ୍ଲାପାଳ ଓ ପିଡି ଡିଆର୍ଡିଏ(ଜିଲ୍ଲା ଆଞ୍ଚଳିକ ବିକାଶ ସଂସ୍ଥା)ଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଶାସକ ଦଳର ଅଯୋଗ୍ୟ ହିତାଧିକାରୀଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରି ବିଜେପିର ଏକ ପ୍ରତିନିଧି ଦଳ ବିଭାଗୀୟ ପ୍ରମୁଖ ସଚିବଙ୍କୁ ଭେଟିଥିଲା। ଅଭିଯୋଗର ସମୟସୀମାକୁ ୧ମାସ ବୃଦ୍ଧି ଓ ପ୍ରତି ପଞ୍ଚାୟତରେ ଅଭିଯୋଗ ବାକ୍ସ ରଖିବାକୁ ଦଳ ଦାବି କରିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)