Advertisment

ଶବକୁ ଅସମ୍ମାନ: ମହାପ୍ରୟାଣ ଗାଡ଼ି ନ ମିଳିବାରୁ ପୁଣି କାନ୍ଧରେ ବୁହାହେଲା

ବିନିକା(ଦୀଲପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ମୃତଦେହ ନେବାକୁ ମିଳିଲା ନାହିଁ ମହାପ୍ରୟାଣ ଗାଡ଼ି। ବାଧ୍ୟ ହୋଇ କାନ୍ଧରେ ବୁହାଗଲା ଶବ। ମୃତକଙ୍କ ନାଁ ଆନନ୍ଦ ମଲ୍ଲିକ(୫୨)। ତାଙ୍କ ଘର  ମନହରିପଡ଼ାରେ। ସୂଚନାଅନୁସାରେ, ଆଜି ସକାଳେ  ଆନନ୍ଦ ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ପରିବାର ଲୋକେ ମୃତଦେହକୁ ମହାପ୍ରୟାଣ ଗାଡିରେ ନେବା ପାଇଁ ବହୁ ଚେଷ୍ଟା କରିଥିଲେ। ତେବେ […]

author-image
Minati Mishra
ଶବକୁ ଅସମ୍ମାନ: ମହାପ୍ରୟାଣ ଗାଡ଼ି ନ ମିଳିବାରୁ ପୁଣି କାନ୍ଧରେ ବୁହାହେଲା

dead body

ବିନିକା(ଦୀଲପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ମୃତଦେହ ନେବାକୁ ମିଳିଲା ନାହିଁ ମହାପ୍ରୟାଣ ଗାଡ଼ି। ବାଧ୍ୟ ହୋଇ କାନ୍ଧରେ ବୁହାଗଲା ଶବ। ମୃତକଙ୍କ ନାଁ ଆନନ୍ଦ ମଲ୍ଲିକ(୫୨)। ତାଙ୍କ ଘର  ମନହରିପଡ଼ାରେ।

Advertisment

ସୂଚନାଅନୁସାରେ, ଆଜି ସକାଳେ  ଆନନ୍ଦ ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ପରିବାର ଲୋକେ ମୃତଦେହକୁ ମହାପ୍ରୟାଣ ଗାଡିରେ ନେବା ପାଇଁ ବହୁ ଚେଷ୍ଟା କରିଥିଲେ। ତେବେ ମହାପ୍ରୟାଣ ଗାଡି ନମିଳିବାରୁ ବାଧ୍ୟ ହୋଇ ପରିବାର ଲୋକେ ଡାକ୍ତରଖାନାରୁ ତାଙ୍କ ଘର ମନହରିପଡ଼ା ପର୍ଯ୍ୟନ୍ତ ଦେଢ କିଲୋମିଟର ଶବକୁ କାନ୍ଧରେ ଧରି ବୋହି ନେଇଥିଲେ।

ଏନେଇ ବିନିକା ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

Advertisment
Advertisment
Advertisment