Advertisment

ଶେଷ ନିର୍ବାଚନ ମୋ ଜନ୍ମମାଟିରୁ ଲଢ଼ିବାକୁ ଚାହୁଁଛି: ଦାମ

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ମିଶିବା ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ଏହାସହିତ ସେ […]

author-image
Jyotsnamayee Pradhan
ଶେଷ ନିର୍ବାଚନ ମୋ ଜନ୍ମମାଟିରୁ ଲଢ଼ିବାକୁ ଚାହୁଁଛି: ଦାମ

BJP

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେପିରେ ଯୋଗ ଦେଇଥିଲେ।

Advertisment

ବିଜେପିରେ ମିଶିବା ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ଏହାସହିତ ସେ ବାଲିକୁଦା-ଏରସମା ଆସନରୁ ଲଢ଼ିବା ପାଇଁ ଇଛା ପ୍ରକାଶ କରିଛନ୍ତି। ବାଲିକୁଦାରୁ ୨୫ ବର୍ଷ ଧରି ବିଧାୟକ ଥିବାବେଳେ ନିଜର ଶେଷ ନିର୍ବାଚନ ଏଠାରୁ ହିଁ ଲଢ଼ିବାକୁ ଇଚ୍ଛା ଅଛି ବୋଲି ଦାମ କହିଛନ୍ତି।

ସେହିପରି ବିଜେଡି ଶିବିରରେ ଥିବା ପୁଅ ସମ୍ବିତ ରାଉତରାୟଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦାମ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘର ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି।

Advertisment
Advertisment
Advertisment