Advertisment

ପଦ୍ମଶ୍ରୀ ସମ୍ମାନ ଯୋଗୁ କାମ ମିଳୁନି, ପୁରସ୍କାର ଫେରାଇବେ ଦୈତାରୀ ନାଏକ

କେନ୍ଦୁଝର: ପଦ୍ମଶ୍ରୀ ପୁରସ୍କାର ଫେରାଇବେ କେନ୍ଦୁଝର ଜିଲ୍ଲା ବାଂଶପାଳ ତଳବୈତରଣୀ ଗାଁର ଦୈତାରୀ ନାଏକ। ୨୦୧୯ରେ ପାହାଡ କାଟି ଝରଣା ପାଣିକୁ ନିଜ ଗାଁକୁ ଆଣି ଚାଷ କାମରେ ଲଗାଇ ସମସ୍ତଙ୍କ ଉଦାହରଣ ସାଜିଥିଲେ ଦୈତାରୀ। ଏଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ଝରଣାରେ ପାଣି ସୁଅ କମି ଯାଇଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗାଁରେ ଫସଲ ହେଉନଥିବା ବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ […]

author-image
Minati Mishra
ପଦ୍ମଶ୍ରୀ ସମ୍ମାନ ଯୋଗୁ କାମ ମିଳୁନି, ପୁରସ୍କାର ଫେରାଇବେ ଦୈତାରୀ ନାଏକ

pic9

କେନ୍ଦୁଝର: ପଦ୍ମଶ୍ରୀ ପୁରସ୍କାର ଫେରାଇବେ କେନ୍ଦୁଝର ଜିଲ୍ଲା ବାଂଶପାଳ ତଳବୈତରଣୀ ଗାଁର ଦୈତାରୀ ନାଏକ। ୨୦୧୯ରେ ପାହାଡ କାଟି ଝରଣା ପାଣିକୁ ନିଜ ଗାଁକୁ ଆଣି ଚାଷ କାମରେ ଲଗାଇ ସମସ୍ତଙ୍କ ଉଦାହରଣ ସାଜିଥିଲେ ଦୈତାରୀ। ଏଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

Advertisment

କିନ୍ତୁ ବର୍ତ୍ତମାନ ଏହି ଝରଣାରେ ପାଣି ସୁଅ କମି ଯାଇଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗାଁରେ ଫସଲ ହେଉନଥିବା ବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ମିଳିଥିବା ସତ୍ତ୍ୱେ କିଛି ସୁଫଳ ମିଳିନାହିଁ।

ଅନ୍ୟପକ୍ଷରେ ପଦ୍ମଶ୍ରୀ ସମ୍ମାନ ପାଇବା ପରେ ଦୈତାରୀଙ୍କୁ ଆଉ ଦିନ ମଜୁରିଆ କାମ ମଧ୍ୟ ମିଳୁନାହିଁ। କାମ ନ ମିଳିବାରୁ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସେଥିପାଇଁ ଦୈତାରୀ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Advertisment

Advertisment
Advertisment