Advertisment

ଦଇତାପତି ନିଯୋଗର ପ୍ରସ୍ତାବ-ଲକ୍‌ଡାଉନ୍‌ କଟକଣା ସହ ରଥଯାତ୍ରା ପାଳନ କରାଯାଉ

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଜାରି ହୋଇଛି ଲକ୍‌ଡାଉନ। ଏପରି ପରିସ୍ଥିତିରେ ଶ୍ରୀଜିଉଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। ଏପରି ପରିସ୍ଥିତିରେ ଲକ୍‌ଡାଉନ କଟକଣା ମଧ୍ୟରେ ରଥଯାତ୍ରା  ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ। ଏନେଇ ନିଯୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ସରକାରଙ୍କୁ ଲେଖାଯାଇଥିବା ଚିଠିରେ ସିପାହୀ ବିଦ୍ରୋହ, ନଅଙ୍କ ଦୁର୍ଭିକ୍ଷ ଓ ୧୯୧୮ ମହାମାରୀର ଉଦାହରଣ ଦିଆଯାଇଛି।  ଏହି ବିପତ୍ତି […]

author-image
Abinash Pati
ଦଇତାପତି ନିଯୋଗର ପ୍ରସ୍ତାବ-ଲକ୍‌ଡାଉନ୍‌ କଟକଣା ସହ ରଥଯାତ୍ରା ପାଳନ କରାଯାଉ

puri

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଜାରି ହୋଇଛି ଲକ୍‌ଡାଉନ। ଏପରି ପରିସ୍ଥିତିରେ ଶ୍ରୀଜିଉଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। ଏପରି ପରିସ୍ଥିତିରେ ଲକ୍‌ଡାଉନ କଟକଣା ମଧ୍ୟରେ ରଥଯାତ୍ରା  ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ। ଏନେଇ ନିଯୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି।

Advertisment

ସରକାରଙ୍କୁ ଲେଖାଯାଇଥିବା ଚିଠିରେ ସିପାହୀ ବିଦ୍ରୋହ, ନଅଙ୍କ ଦୁର୍ଭିକ୍ଷ ଓ ୧୯୧୮ ମହାମାରୀର ଉଦାହରଣ ଦିଆଯାଇଛି।  ଏହି ବିପତ୍ତି ବେଳେ ମଧ୍ୟ ଶ୍ରୀଜିଉଙ୍କ ରଥଯାତ୍ରା ହୋଇଥିଲା।

ଲକ୍‌ଡାଉନ୍‌ର ଗାଇଡ୍ ଲାଇନ୍ ପାଳନ କରି ପୁରୀକୁ ସଂପୂର୍ଣ୍ଣ ସିଲ୍ କରି ରଥଯାତ୍ରା କରାଯାଇପାରିବ ବୋଲି ଦଇତାପତି ନିଯୋଗ ପ୍ରସ୍ତାବ ଦେଇଛି। ତେବେ ରଥଯାତ୍ରା ଆୟୋଜନ ହେବ କି ନାହିଁ ସେନେଇ ସରକାର ନିଷ୍ପତ୍ତି ନେବେ। ଆମେ କେବଳ ପ୍ରସ୍ତାବ ଦେଇଛୁ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ଗଜପତି ମହାରାଜା ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ମଧ୍ୟ ନିଯୋଗ ଆଲୋଚନା କରିବ ବୋଲି ଦଇତାପତି ନିଯୋଗ ପକ୍ଷରୁ କୁହାଯାଇଛି।

Advertisment

ଏନେଇ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଦାସ ମହାପାତ୍ର କହିଛନ୍ତି, “ରଥଯାତ୍ରା ହେଉଛି ଜଗନ୍ନାଥଙ୍କ ଯାତ୍ରା। ତାଙ୍କ ଇଚ୍ଛା ବିନା କିଛି ବି ସମ୍ଭବ ନୁହେଁ। ରଥ ଯାତ୍ରା ହେବା ମଧ୍ୟ ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ଏହାକୁ କାର୍ଯ୍ୟକାରୀ କରିବେ ସରକାର, ଜଗତଗୁରୁ, ଗଜପତି। ଅକ୍ଷୟ ତୃତୀୟାଠାରୁ ପ୍ରଭୁଙ୍କ ରଥ ଅନୁକୂଳ କରାଯାଇଛି।”

ଏଥିସହ ସେ କହିଛନ୍ତି,“  ରଥ ଯାତ୍ରା ହିନ୍ଦୁଙ୍କ ଭାଗାବେଗ ସହ ଜଡ଼ିତ ଥିବାରୁ  ଏହାର ଆୟୋଜନ ନିମନ୍ତେ ଆମେ ସରକାରଙ୍କୁ ପ୍ରସ୍ତାବ ଦେଇ ଅନୁରୋଧ କରିଛୁ । ପୂର୍ବରୁ ବହୁ ମହାମାରୀ ଓ ବିପତ୍ତି ବେଳେ ମଧ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତଙ୍କ ଜୀବନ ସୁରକ୍ଷା, ଓ ପରମ୍ପରା ରକ୍ଷା ଲାଗି କଟକଣାଯୁକ୍ତ ରଥ ଯାତ୍ରା ପାଇଁ ପରାମର୍ଶ ଦିଆଯାଇଛି।  ପୁରୀକୁ ପୁରା ସିଲ୍‌ କରି ଦିଆଯାଉ। ପୁରୀ ବାସିନ୍ଦା ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ଅନୁରୋଧ କରୁଛୁ। ଯେଉଁ ସେବକ ଏଥିରେ ସମ୍ପୃକ୍ତ ରହିବେ, ସେମାନଙ୍କର କୋଭିଡ ଟେଷ୍ଟ କରାଯାଇ ଅନୁମତି ମିଳୁ।  ଆମେ କେବଳ ଅନୁରୋଧ କରିଛୁ, ନିଷ୍ପତ୍ତି କିନ୍ତୁ ସରକାର ନେବେ।

ଏ ସମ୍ପର୍କରେ ବରିଷ୍ଠ ଦଇତାପତି  ଗଣେଶ ଦାସମହାପାତ୍ର କହିଛନ୍ତି,  ଭଗବାନ ଚାହିଁଲେ ଯାତ୍ରା ହେବ। ଏହାର ଦାୟିତ୍ୱ କିନ୍ତୁ ଓଡ଼ିଶା ସରକାରଙ୍କର। ଭଗବାନଙ୍କ ଆଶିର୍ବାଦ ରହିଲେ ଏହା ସମ୍ଭବ।”

୨ ଦିନ ପୂର୍ବ  ମୁକ୍ତି ମଣ୍ଡପ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ରିଲିଜରେ ଆପତକାଳୀନ ବ୍ୟବସ୍ଥାନୁଯାୟୀ ରଥଯାତ୍ରା ବନ୍ଦ ହେଲେ ଅସୁବିଧା ନାହିଁ। ସୀମିତ ସେବକ ଓ ସ୍ୱଳ୍ପ ପୁଲିସଙ୍କୁ ନେଇ ମଧ୍ୟ ରଥଯାତ୍ରା ହୋଇପାରିବ ବୋଲି କୁହାଯାଇଥିଲା। ଯଦି ଅନିବାର୍ଯ୍ୟ କାରଣବଶତଃ ରଥଯାତ୍ରା ନ ହେଲା, ଅସୁବିଧା ନାହିଁ। ସାଂପ୍ରତିକ ଦୁଃସ୍ଥିତିରେ ତାହା ହାନିକାରକ ନୁହେଁ। ଭକ୍ତ, ସେବକ ସୁସ୍ଥ ରହିଲେ ମନ୍ଦିର, ଦେବତା କାନ୍ତିଯୁକ୍ତ ହେବେ। ତେବେ ଏ କ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଆବଶ୍ୟକ ବୋଲି ମୁକ୍ତି ମଣ୍ଡପ ପକ୍ଷରୁ କୁହାଯାଇଥିଲା।

Advertisment
Advertisment