Advertisment

Cyclone: ବଙ୍ଗୋପସାଗରରେ ଅବପାତ, ଏଇ ବାଟେ ଯିବ ବାତ୍ୟା

ଆନ୍ଧ୍ର ଉପକୂଳମୁହାଁ ସମ୍ଭାବ୍ୟ ବାତ୍ୟା। ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୦୪୦ କିମି ଦୂରରେ ଅବପାତ। ବିଶାଖାପାଟନମଠାରୁ ଦକ୍ଷିଣପୂର୍ବ ଦିଗରେ ୯୯୦କିମି ଦୂରରେ କେନ୍ଦ୍ରୀଭୂତ।

author-image
Chinmayee Sahoo
Cyclone

Cyclone Photograph: (OTV)

ବଙ୍ଗୋପସାଗରରେ ଅବପାତ । ଆନ୍ଧ୍ର ଉପକୂଳମୁହାଁ ସମ୍ଭାବ୍ୟ ବାତ୍ୟା । ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ଏହା ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୦୪୦କିମି ଏବଂ ବିଶାଖାପାଟନମଠାରୁ ଦକ୍ଷିଣପୂର୍ବ ଦିଗରେ ୯୯୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆସନ୍ତାକାଲି ବେଳକୁ ଏହା ବଳ ଗୋଟାଇ ଗଭୀର ଅବପାତରେ ପରିଣତ ହେବ। ପରେ ୨୭ରେ ବାତ୍ୟା ରୂପ ନେବ । ତେବେ ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ ଆକଳନ କରାଯାଇନି।
•    ବଙ୍ଗୋପସାଗରରେ ଅବପାତ
•    ଆନ୍ଧ୍ର ଉପକୂଳମୁହାଁ ସମ୍ଭାବ୍ୟ ବାତ୍ୟା
•    ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୦୪୦ କିମି ଦୂରରେ ଅବପାତ
•    ବିଶାଖାପାଟନମଠାରୁ ଦକ୍ଷିଣପୂର୍ବ ଦିଗରେ ୯୯୦କିମି ଦୂରରେ କେନ୍ଦ୍ରୀଭୂତ 
•    କାଲି ବଳ ଗୋଟାଇ ଗଭୀର ଅବପାତରେ ପରିଣତ ହେବ
•    ୨୭ ସକାଳ ବେଳକୁ ବାତ୍ୟା ରୂପ ନେବ 
•    କେଉଁଠି ହେବ ଲ୍ୟାଣ୍ଡଫଲ୍, ହୋଇନି ସ୍ପଷ୍ଟ

Advertisment
Cyclone
Advertisment
Related Articles
Advertisment