Advertisment

Cyclone Alert: ଆସନ୍ତା ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି, ସୂଚନା ଦେଲେ SRC

ଆସନ୍ତା ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି । ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ୮ ଜିଲ୍ଲାରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଛୁଟି ୩୦ ତାରିଖ ଯାଏଁ ବାତିଲ କରାଯାଇଛି।

author-image
Manas Ranjan Mohanty
SCHOOL CLOSED

SCHOOL CLOSED Photograph: (OTV)

ଆସନ୍ତା ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି । ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ୮ ଜିଲ୍ଲାରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଛୁଟି ୩୦ ତାରିଖ ଯାଏଁ ବାତିଲ କରାଯାଇଛି। ଏଥିସହ ପ୍ରଭାବିତ ଆଶଙ୍କା ଥିବା ଗଜପତି ଓ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଛି ଲୋକଙ୍କୁ ସ୍ଥାନାନ୍ତର।

Advertisment

ଗଜପତି ଜିଲ୍ଲାରେ ୯୪୬ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ୯୧ ଜଣ ଗର୍ଭବତୀଙ୍କୁ କରାଗଲା ସ୍ଥାନାନ୍ତର। ସେହିପରି ଜିଲ୍ଲାରେ ୧୩୯ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି। ରାଜସ୍ବ ମନ୍ତ୍ରୀ କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମାଲକାନଗିରି, ଗଜପତି, ଗଞ୍ଜାମରେ ବର୍ଷା ଆରମ୍ଭ ହୋଇଛି । ବାତ୍ୟା ନିକଟବର୍ତ୍ତୀ ହେଲେ ବର୍ଷାର ପ୍ରଭାବ ଅଧିକ ହେବ ।

ମାଲକାନଗିରି ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ। ଛତିଶଗଡ଼ରେ ବର୍ଷା ହେଲେ ମହାନଦୀରେ ପାଣି ବଢ଼ିପାରେ । ଏଥିପାଇଁ ଜଳଭଣ୍ଡାରରୁ ପାଣି ନିଷ୍କାସନ କରାଯାଇଛି । କେହି ଭୟଭୀତ ହୁଅନ୍ତୁ ନାହିଁ, ଜିରୋ କାଜୁଆଲିଟି ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି।  ... 

Advertisment

ଆସନ୍ତା ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି
ସୂଚନା ଦେଲେ SRC ଦେଓରଞ୍ଜନ ସିଂହ
କାଲିଠୁ ୩୦ ଯାଏଁ ବନ୍ଦ ରହିବ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା
‘ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି, ପରାମର୍ଶ ମାନନ୍ତୁ’
‘ମାଲକାନଗିରି, ଗଜପତି, ଗଞ୍ଜାମରେ ବର୍ଷା ଆରମ୍ଭ ହୋଇଛି’
‘ବାତ୍ୟା ନିକଟବର୍ତ୍ତୀ ହେଲେ ବର୍ଷାର ପ୍ରଭାବ ଅଧିକ ହେବ’
‘କେହି ଭୟଭୀତ ହୁଅନ୍ତୁ ନାହିଁ, ଜିରୋ କାଜୁଆଲିଟି ଲକ୍ଷ୍ୟ’
‘ମାଲକାନଗିରି ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ’
‘ଛତିଶଗଡ଼ରେ ବର୍ଷା ହେଲେ ମହାନଦୀରେ ପାଣି ବଢ଼ିପାରେ’
‘ଏଥିପାଇଁ ଜଳଭଣ୍ଡାରରୁ ପାଣି ନିଷ୍କାସନ କରାଯାଇଛି’

Advertisment
Related Articles
Advertisment