Advertisment

No-Return Island: ରହସ୍ୟମୟ ଦ୍ବୀପ... ଗଲେ ମୃତ୍ୟୁ ନିଶ୍ଚିତ, ଯିଏ ଯାଇଛି ସେ କେବେ ଫେରିନି

ଏଭଳି ଏକ ଦ୍ବୀପ ଅଛି, ଯେଉଁଠାକୁ ଗଲେ ମୃତ୍ୟୁ ସୁନିଶ୍ଚିତ। ଆଜି ପର୍ଯ୍ୟନ୍ତ ସେଠାରୁ କେହି ଜୀବିତ ଫେରିନାହାନ୍ତି । ସେଥିପାଇଁ ଏହାକୁ ‘ନୋ ରିଟର୍ଣ୍ଣ ଆଇଲ୍ୟାଣ୍ଡ’ କୁହାଯାଏ।

author-image
Chinmayee Sahoo
No return Island

No return Island Photograph: (OTV)

ମୃତ୍ୟୁର ଆଇଲ୍ୟାଣ୍ଡ, ଯିଏ ଥରେ ଯାଇଛି ଆଉ ଫେରିନି । ଆଜି ଯାଏଁ କେହି ବି ଜୀବିତ ଫେରିନାହାନ୍ତି ସେଠାରୁ । ରହସ୍ୟ, ରୋମାଞ୍ଚରେ ଭରା ଏକ ସ୍ଥାନ। ରାତି ହେଲେ ଶୁଭେ ବିକଟାଳ ଶବ୍ଦ ।
ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି, ଯାହାର ରହସ୍ୟ ଆଜି ଯାଏଁ କେହି ଭେଦି ପାରିନାହାନ୍ତି । ତା' ଭାରତର ନର୍ଥ ସେନିଟାଲ ଆଇଲ୍ୟାଣ୍ଡ ହେଉ କି ବ୍ରାଜିଲର ସ୍ନେକ୍ ଆଇଲ୍ୟାଣ୍ଡ, ଯେଉଁଠିକୁ ଯିବା ତ ଦୂରର କଥା ସେ ବିଷୟରେ ଭାବିବାକୁ ବି ଡରନ୍ତି ଲୋକେ ।
 ଦୁନିଆର ସେମିତି ଏକ ଆଇଲ୍ୟାଣ୍ଡ ବା ଦ୍ୱୀପ ଅଛି, ଯେଉଁଠିକୁ ଥରେ ଯିଏ ଯାଇଛି ଆଉ ଫେରିନି । ମୃତ୍ୟୁର ଆଇଲ୍ୟାଣ୍ଡ କହିଲେ ଭୁଲ୍ ହେବନି । ଆଜି ପର୍ଯ୍ୟନ୍ତ ସେଠାରୁ କେହି ଜୀବିତ ଫେରିନାହାନ୍ତି । ସେଥିପାଇଁ ଏହାକୁ ‘ନୋ ରିଟର୍ଣ୍ଣ ଆଇଲ୍ୟାଣ୍ଡ’ କୁହାଯାଏ। ଏ କଥା ଶୁଣିବାକୁ ଗପ ଭଳି ଲାଗୁଥିବ, ହେଲେ କେନିଆ (Kenya) ର ଲେକ୍ ଭିକ୍ଟୋରିଆ ମଝିରେ ରହିଛି ଏହି ରହସ୍ୟମୟ ଦ୍ୱୀପ । 
ପ୍ରକୃତରେ ଏହି ଆଇଲ୍ୟାଣ୍ଡ ନାଁ ମଫଙ୍ଗା । କିନ୍ତୁ ଏଠି ଘଟୁଥିବା ରହସ୍ୟମୟ ଘଟଣା ପାଇଁ ଏହା 'ନୋ ରିଟର୍ଣ୍ଣ ଆଇଲ୍ୟାଣ୍ଡ' ଭାବରେ ଜଣାଯାଏ । କିଏ ଏହି ସ୍ଥାନକୁ ଅଭିଶପ୍ତ କୁହନ୍ତି ତ ଆଉ କିଏ ଏଠି ଅଦୃଶ୍ୟ ଶକ୍ତି ଥିବାର ବିଶ୍ୱାସ କରନ୍ତି ।
ସ୍ଥାନୀୟ ଲୋକେ କୁହନ୍ତି- ଏହି ଆଇଲ୍ୟାଣ୍ଡରେ ଭୂତପ୍ରେତ ରୁହନ୍ତି, ଯେଉଁମାନେ ଏଠାକୁ ଆସୁଥିବା ଲୋକମାନଙ୍କୁ ଖାଇଯାଆନ୍ତି । ରାତି ହେଲେ ଏଠୁ ବିକଟାଳ ଶବ୍ଦ ଶୁଣାଯାଏ । ଆଉ କିଛି ଲୋକ କୁହନ୍ତି, ପ୍ରାଚୀନ ଜନଜାତିର ଜଣେ ଦେବତାଙ୍କ କୋପରୁ ପୂରା ଦ୍ୱୀପ ବୁଡିଗଲା ଓ ଲୋକମାନେ ଗାଏବ ହୋଇଗଲେ । ସେଦିନଠୁ ଏହି ଦ୍ୱୀପ ଅଭିଶପ୍ତ ହୋଇଗଲା ।
ହେଲେ ଏକ ରିପୋର୍ଟ ଅନୁସାରେ, ଏହି ଆଇଲ୍ୟାଣ୍ଡ ପାଣିରେ ପ୍ରଚୁର ମିଥେନ ଗ୍ୟାସ ରହିଛି । ପାଣିର ତାପମାତ୍ରା ବଦଳିଲେ ମିଥେନ ଗ୍ୟାସ୍ ଉପରକୁ ଉଠିଯାଏ । ଫଳରେ ଲୋକେ ନିଶ୍ୱାସ ନେଇପାରନ୍ତି ନାହିଁ ଆଉ ମୃତ୍ୟୁ ଘଟେ । କିନ୍ତୁ କ’ଣ ଏହି ଆଇଲ୍ୟାଣ୍ଡର ପ୍ରକୃତ ରହସ୍ୟ, ତା’ ଏବେ ବି ଅସ୍ପଷ୍ଟ ।

Advertisment

ଅଧିକ ଦେଖନ୍ତୁ:

Kenya
Advertisment
Advertisment