• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରାପଡ଼ା/ଭୁବନେଶ୍ୱର: ସାଇବର ସେଲ୍‌କୁ ବଡ଼ ସଫଳତା । ଫେରାଇ ଆଣିଲା ଲକ୍ଷାଧିକ ଟଙ୍କା । ‘ସେୟାର ମାର୍କେଟରେ ଟଙ୍କା ଲଗାଇଲେ, ଆମେ ତୁମକୁ ପ୍ରଚୁର ଲାଭ ଦେବୁ ।’ ଏଭଳି କିଛି ଲୋଭ ଦେଖାଇ ଟଙ୍କା ଲୁଟ କରିବାର ଉପାୟ ବାହାର କରିଛନ୍ତି ସାଇବର ଲୁଟେରା । ଏଭଳି ଠକାମିର ଶିକାର ହୋଇଥିବା ଜଣେ ଯୁବକ ଯେତେବେଳେ ସାଇବର ସେଲ ନିକଟରେ ତୁରନ୍ତ ଅଭିଯୋଗ କଲେ । ସେତେବେଳେ ଏହି ଘଟଣା ପଦାକୁ ଆସିଲା । ଆଉ ଏହି ଅଭିଯୋଗକୁ ଭିତ୍ତିକରି ତୁରନ୍ତ ପଦକ୍ଷେପ ନେଲା ସାଇବର ସେଲ । ଆଉ ଫେରି ଆସିଲା ଟଙ୍କା ।

ସାଇବର ସେଲ୍ ପାଇଁ ଫେରିଲା ୪ ଲକ୍ଷ ୩୦ ହଜାର ଟଙ୍କା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଯୁବକ ବିଶ୍ୱ ରଞ୍ଜନ ବିଶ୍ୱାଳଙ୍କଠାରୁ ସେୟାର ମାର୍କେଟରେ ପ୍ରଫିଟ୍ କରାଇବେ କହି ଠକିଥିଲେ ସାଇବର ଠକ । ପ୍ରଥମେ ଜଣେ ଠକ ସେୟାର ମାର୍କେଟରେ ଟଙ୍କା ଲଗାଇବା ଲାଗି ବିଶ୍ୱ ରଞ୍ଜନଙ୍କୁ ଡେମୋ କଲ ଦେଇଥିଲେ ।

ଏଥିରେ ତାଙ୍କୁ ପ୍ରଫିଟ୍ ହେବାରୁ ଯୁବକଙ୍କ ପଇସା ଲଗାଇବା ଲାଗି ଆଗ୍ରହ ବଢ଼ିଥିଲା । ଏହାପରେ ଠକ ଜଣଙ୍କ ଆଉ ଜଣେ ବ୍ରୋକରଙ୍କ ନମ୍ବର ଦେବା ସହ ଅଧିକ ପ୍ରଫିଟ୍ ଲୋଭ ଦେଖାଇଥିଲେ । ପରେ ସେୟାର ମାର୍କେଟରେ କ୍ଷତି ହୋଇଛି କହି ତାଙ୍କ ଠାରୁ ସେକ୍ୟୁରିଟି ଡିପୋଜିଟ୍ କରିବାକୁ କହି ୪ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିଲେ । ଏନେଇ ବିଶ୍ୱ ରଞ୍ଜନ ସଙ୍ଗେ ସଙ୍ଗେ ସାଇବର ସେଲରେ ଅଭିଯୋଗ କରିଥିଲେ । ଏହାପରେ ପଦକ୍ଷେପ ନେଇ ସାଇବର ସେଲ ଯୁବକଙ୍କ ୪ ଲକ୍ଷ ୩୦ ହଜାର ଟଙ୍କା ଫେରାଇ ଆଣିଛି ।

Cyber-cell-got-the-money-back-from-cyber-lootera
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories