/odishatv-khabar/media/media_files/2025/10/19/eow-2025-10-19-11-13-10.jpg)
EOW Photograph: (OTV)
ପୁଞ୍ଜିନିବେଶ ନାଁରେ ହଜାରେ କୋଟି ଟଙ୍କା ଠକେଇ। କଟକ ବୈୟାଳିଶ ମୌଜା ଅଞ୍ଚଳର ପ୍ରତାପ ରାଉତକୁ ବାନ୍ଧିଲା ଇଓଡବ୍ଲୁ । ଅଧିକ ରିଟର୍ଣ୍ଣ ଲୋଭ ଦେଖାଇ ଲୋକଙ୍କୁ ଲୁଟୁଥିଲା ପ୍ରତାପ । ହେଡଜେକ୍ସ ଫଣ୍ଡ ଏଲଏଲପିରେ ନିବେଶ କଲେ ୧୧ରୁ ୧୮ ପ୍ରତିଶତ ରିଟର୍ଣ୍ଣ ଆସିବାର ପ୍ରତିଶ୍ରୁତି ଦେଇ ଟଙ୍କା ହାତୋଉଥିଲା । ଏନେଇ ନିବେଶକାରୀ ବିଜୟ କୁମାର ପାଣିଗ୍ରାହୀଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ କରି ପ୍ରତାପକୁ ବାନ୍ଧିଛି ପୋଲିସ।
ଅଭିଯୋଗ ଅନୁସାରେ, ପ୍ରତାପ କଥାରେ ପ୍ରଲୋଭିତ ହୋଇ ୯୨ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରିଥିଲେ ବିଜୟ । କିନ୍ତୁ କିଛିଦିନ ପରେ କମ୍ପାନୀ ବନ୍ଦ ହୋଇଯାଇଥିଲା । ପ୍ରତାପ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ସଂଗ୍ରହ କରୁଥିଲା । କମ୍ପାନୀ ବନ୍ଦ ହେବା ପରେ ମଧ୍ୟ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ପରେ ଆଉ ଧରାଛୁଆଁ ଦେଇନଥିଲା ।
ଉକ୍ତ କମ୍ପାନୀ ଓଡ଼ିଶା ସମେତ ବାହାର ରାଜ୍ୟରେ ବି ବିଛାଇଥିଲା ଠକେଇ ନେଟୱର୍କ । ୧୦ ରାଜ୍ୟର ଲୋକଙ୍କଠୁ ପ୍ରାୟ ହଜାରେ କୋଟି ଟଙ୍କା ଲୁଟିଥିବା ସୂଚନା ମିଳିଛି । ଓଡ଼ିଶାର ୧୨ ହଜାରରୁ ଅଧିକ ନିବେଶକାରୀ ୧୩୯ କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)