Advertisment

କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅର୍ନ୍ତଗତ ଅର୍ଜୁନପୁର ଛକରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ନଦୀମ୍‌କୁ ଏନ୍‌କାଉଣ୍ଟର କରାଯାଇଛି। ପାଟକୁରା ଥାନା ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଳିତ ଭାବେ ଏହି ଏନ୍‌କାଉଣ୍ଟର୍ କରିଛନ୍ତି। ଏଥିରେ ନଦୀମ୍‌ର ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନଦୀମ୍‌ଠାରୁ ଗୋଟିଏ ଗୁଳି ଭର୍ତ୍ତି ପିସ୍ତଲ ଓ ସ୍କୁଟି ପୁଲିସ୍ ଜବତ କରିଛି। ନଦୀମ୍ ନାଁରେ କେନ୍ଦ୍ରାପଡ଼ା, କଟକ, ଓ […]

author-image
Jyotsnamayee Pradhan
କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର

encounter

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅର୍ନ୍ତଗତ ଅର୍ଜୁନପୁର ଛକରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ନଦୀମ୍‌କୁ ଏନ୍‌କାଉଣ୍ଟର କରାଯାଇଛି। ପାଟକୁରା ଥାନା ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଳିତ ଭାବେ ଏହି ଏନ୍‌କାଉଣ୍ଟର୍ କରିଛନ୍ତି। ଏଥିରେ ନଦୀମ୍‌ର ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ନଦୀମ୍‌ଠାରୁ ଗୋଟିଏ ଗୁଳି ଭର୍ତ୍ତି ପିସ୍ତଲ ଓ ସ୍କୁଟି ପୁଲିସ୍ ଜବତ କରିଛି। ନଦୀମ୍ ନାଁରେ କେନ୍ଦ୍ରାପଡ଼ା, କଟକ, ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ୧୪ରୁ ଅଧିକ ମାମଲା ରହିଛି।  ଆଜି ଭୋରରୁ  ନଦୀମ୍ ନିଜର ଜଣେ ସହଯୋଗୀଙ୍କୁ ବନ୍ଧୁକ ଦେବାକୁ  ନିଜ ଗାଁ କ୍ରିଷ୍ଣାନନ୍ଦପୁରକୁ ଆସିଥିବା ବେଳେ ସାନବେତରା ଠାରେ ପୁଲିସ୍ ସହ  ମୁହାଁମୁହିଁ ହୋଇଥିଲା। ତେବେ ସେ ପୁଲିସ୍‌କୁ ଦେଖି ଖସି ପଳାଉଥିଲା। ଏହି ସମୟରେ ପୁଲିସ୍‌ ନଦୀମ୍‌ ଉପରକୁ ଗୁଳି ଚଳାଇଥିଲା।

Advertisment
Advertisment