Advertisment

ଆରମ୍ଭରୁ ଏପର୍ଯ୍ୟନ୍ତ କରୋନା ସ୍ଥିତି: ଅଗଷ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି

ଭୁବନେଶ୍ୱର: ରାଜ୍ୟରେ କରୋନାର ସାଙ୍ଘାତିକ ସ୍ଥିତି। ଡେଞ୍ଜର୍ ଅଗଷ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିବା ସହ ୫୦୦ ମୁହାଁ ହୋଇଛି ମୃତ୍ୟୁ ସଂଖ୍ୟା। ତେବେ ସେପ୍ଟେମ୍ବରରେ କ’ଣ ହେବ ସ୍ଥିତି? ଅଗଷ୍ଟ ଭଳି କଲବଲ କରିବ ନା ସ୍ଥିତି କିଛିମାତ୍ରାରେ ନିୟନ୍ତ୍ରଣକୁ ଆସିବ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ପରେ ସ୍ଥିତି ସ୍ଥିର ହେବାର ସମ୍ଭାବନା ରହିଛି। ତେବେ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ବେଳକୁ ସୁଧାର ଆସିବ ବୋଲି ଆକଳନ କରୁଛନ୍ତି ସ୍ୱାସ୍ଥ୍ୟ […]

author-image
Abinash Pati
ଅଦ୍ୟତନ ହୋଇଛି
ଆରମ୍ଭରୁ ଏପର୍ଯ୍ୟନ୍ତ କରୋନା ସ୍ଥିତି: ଅଗଷ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି

corona odisha

ଭୁବନେଶ୍ୱର: ରାଜ୍ୟରେ କରୋନାର ସାଙ୍ଘାତିକ ସ୍ଥିତି। ଡେଞ୍ଜର୍ ଅଗଷ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିବା ସହ ୫୦୦ ମୁହାଁ ହୋଇଛି ମୃତ୍ୟୁ ସଂଖ୍ୟା। ତେବେ ସେପ୍ଟେମ୍ବରରେ କ'ଣ ହେବ ସ୍ଥିତି? ଅଗଷ୍ଟ ଭଳି କଲବଲ କରିବ ନା ସ୍ଥିତି କିଛିମାତ୍ରାରେ ନିୟନ୍ତ୍ରଣକୁ ଆସିବ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ପରେ ସ୍ଥିତି ସ୍ଥିର ହେବାର ସମ୍ଭାବନା ରହିଛି। ତେବେ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ବେଳକୁ ସୁଧାର ଆସିବ ବୋଲି ଆକଳନ କରୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

Advertisment

ମାର୍ଚ୍ଚ ୧୫ରେ ରାଜ୍ୟର ପ୍ରଥମ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲା। ଅଗଷ୍ଟ ୧ ବେଳକୁ ସଂଖ୍ୟା ଛୁଇଁଲା ୩୩ ହଜାର ୪୭୯। ଆଉ ଅଗଷ୍ଟ ଶେଷ ଦିନରେ ଲମ୍ବ ଡିଆଁ ମାରି ପହଞ୍ଚିଛି ୧ଲକ୍ଷ ୩ ହଜାର ୫୩୬ରେ। କେବଳ ଚଳିତ ମାସରେ ୭୦ ହଜାରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ମୃତ୍ୟୁରେ ମଧ୍ୟ ସବୁ ରେକର୍ଡ ଭାଙ୍ଗିଛି ଅଗଷ୍ଟ। ଚଳିତ ମାସ ପହିଲାରେ ମୃତ୍ୟୁ ସଂଖ୍ୟା ଥିଲା ୧୮୭ ଆଜି ପହଞ୍ଚିଛି ୪୯୨ରେ। ଅର୍ଥାତ୍ ମାସକରେ ୩୦୫ ଜଣଙ୍କ ମୃତ୍ୟୁ।

publive-image

ତେବେ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଏହା ପିକ୍‌ରେ ରହିବ। ତାପରେ ସ୍ଥିତିରେ ସ୍ଥିରତା ଆସି ଅକ୍ଟୋବର କିମ୍ବା ନଭେମ୍ବର ବେଳକୁ ସୁଧାର ଆସିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଥିବା ବେଳେ ଏଥିପାଇଁ କୋଭିଡ୍ ଗାଇଡଲାଇନ୍ ମାନି ସତର୍କ ରହିବାକୁ ପଡିବ ବୋଲି ସେମାନେ ଚେତାଇ ଦେଇଛନ୍ତି।

Advertisment

କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟର ଟପ୍ ୫ ଜିଲ୍ଲା ମଧ୍ୟରେ ରହିଛି ଗଂଜାମ, ଖୋର୍ଦ୍ଧା, କଟକ, ରାୟଗଡ଼ା ଓ ସୁନ୍ଦରଗଡ଼। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ, ଖୋର୍ଦ୍ଧା ଓ କଟକ କେବଳ। ଏ ୩ ଜିଲ୍ଲାରୁ ପ୍ରାୟ ୪୦ ପ୍ରତିଶତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଂଜାମରେ ୧୭ ହଜାର ୮୬୨, ଖୋର୍ଦ୍ଧାରେ ୧୬ ହଜାର ୭୬୨ ଓ କଟକ ଜିଲ୍ଲାରେ ମୋଟ୍  ୮ ହଜାର ୨୮୨ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି।

publive-image

ତେବେ ଆକ୍ଟିଭ୍ କେଶ୍ ଦୃଷ୍ଟିରୁ ଗଂଜାମଠାରୁ ଆଗରେ ରହିଛନ୍ତି ଉଭୟ ଖୋର୍ଦ୍ଧା ଓ କଟକ ଜିଲ୍ଲା। ମୃତ୍ୟୁସଂଖ୍ୟା ଦେଖିଲେ ଗଂଜାମରେ ସର୍ବାଧିକ ୧୯୦, ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୩୬ ଓ କଟକରେ ୩୧ ଜଣଙ୍କ ପ୍ରାଣ ଯାଇଛି। ଏସବୁ ଭିତରେ ରାଜଧାନୀ ପାଇଁ ଚିନ୍ତା ବଢ଼ାଇଛି ବିଏମ୍‌ସି। ଅଂଚଳରୁ ପ୍ରତିଦିନ ଚିହ୍ନଟ ହେଉଥିବା ପୁଳାପୁଳା ପଜିଟିଭ୍ ସେପ୍ଚେମ୍ବର ବି ସଂଖ୍ୟା ବଢ଼ିବ ଏବଂ ୧୦ଟି ଓ୍ୱାର୍ଡରେ ଅଧିକ ସଂକ୍ରମଣ ହେଉଥିବା କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ଆଜି ସୁଦ୍ଧା BMCରେ ୩ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଥିବା ବେଳେ ସେପ୍ଟେମ୍ବର ମାସ କରୋନା ପିକ୍ ଟାଇମ୍ ବୋଲି କହିଛନ୍ତି ବିଏମସି କମିଶନର। ଆସନ୍ତା ୧୫ ତାରିଖ ବେଳକୁ BMCରେ ୫ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଥିବ। ବର୍ତ୍ତମାନ କେବଳ BMCରେ ଦିନକୁ ଅଢ଼େଇ ହଜାର କୋଭିଡ୍ ଟେଷ୍ଟ କରାଯାଉଛି ବୋଲି କମିଶନର ସୂଚନା ଦେଇଛନ୍ତି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନ୍‌ଠାରୁ ଆରମ୍ଭ କରି ଟେଷ୍ଟିଂ ଓ କଣ୍ଟାକ୍ଟ ଟେର୍ସିଂ ଉପରେ ଗୁରୁତ୍ୱ ଦେଉଛନ୍ତି। ତାସତ୍ତ୍ୱେ କରୋନା ଗ୍ରାଫ୍‌ରେ ଆଖିଦୃଶିଆ ଉନ୍ନତି ଆସିପାରି ନାହିଁ। ସମସ୍ତଙ୍କ ନଜର ସେପ୍ଟମ୍ବରରେ ସ୍ଥିତି କେଉଁ ଆଡକୁ ଯାଉଛି।

Advertisment
Advertisment