/odishatv-khabar/media/post_attachments/uploadimage/library/16_9/16_9_0/arun-shaoo_1625372057.jpg)
arun-shaoo
ଭୁବନେଶ୍ୱର: ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି “ମୁଁ କରୋନା ପଜିଟିଭି ଚିହ୍ନଟ ହୋଇଛି। ବର୍ତ୍ତମାନ ଘରେ ଆଇସୋଲେସନ୍ରେ ରହିଛି। ମୋ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଅନୁରୋଧ କରୁଛି ଯେ ଆବଶ୍ୟକତା ଦେଖି ସେମାନେ ନିଜର ଟେଷ୍ଟ କରାଇ ନିଅନ୍ତୁ।”
ଏହା ପୂର୍ବରୁ ଓଡ଼ିଶାରେ କେତେକ ବିଧାୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଭଦ୍ରକ ଚାନ୍ଦବାଲି ବିଧାୟକ ବ୍ୟୋମୋକେଶ୍ ରାୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗି ବିଧାୟକ ପିତମ ପାଢ଼ୀ, ଜୟରାମ ପାଙ୍ଗି, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭୁବନେଶ୍ୱର ମଧ୍ୟ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା, ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଗଞ୍ଜାମ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ନୀଳିଗିରି ବିଧାୟ ସୁକାନ୍ତ ନାୟକ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି। ବିଜେପି ସାଂସଦ ସୁରେଶ ପୂଜାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)