/odishatv-khabar/media/post_attachments/uploadimage/library/16_9/16_9_0/chhua_1627108164.jpg)
chhua
ଭୁବନେଶ୍ୱର: କେଉଁ ଉପାନ୍ତ ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ୱରରେ ଏକ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଖଣ୍ଡଗିରି ଥାନା ଅଞ୍ଚଳରେ ୧୯ ଦିନର ଶିଶୁପୁତ୍ରକୁ ଜଣେ ଶ୍ରମିକ ଶ୍ରେଣୀର ଦମ୍ପତି ମାତ୍ର ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଛି।
Advertisment
ସିଡବ୍ଲୁସି ଠାରୁ ଖବର ପାଇ ଶିଶୁର ବାପାମାଆଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୁଲିସ। ଏଥିସହ ଭରତପୁର ଅଞ୍ଚଳରୁ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ସହ ଆଉ ଜଣେ ମଧ୍ୟସ୍ଥ କରିଥିବା ବୃଦ୍ଧାଙ୍କୁ ଆଣି ପୋଲିସ ପଚରାଉଚରା ଜାରି ରଖିଛି। ତାସହ ପିଲା ବିକ୍ରି କରିଥିବା ମହିଳାଙ୍କ ସ୍ୱାମୀଙ୍କ ସୂଚନା ଆଧାରରେ ଭରତପୁର ଅଞ୍ଚଳରେ ପୋଲିସ ଚଢ଼ାଉ କରିଛି। ହେଲେ ଏପର୍ଯ୍ୟନ୍ତ ପିଲାଟି କେଉଁଠି ଅଛି, ସେନେଇ ସୂଚନା ମିଳିପାରି ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)