Advertisment

ନକଲି ଫାଭିଫିରାଭିର ଔଷଧ କାରବାର ମାମଲା, ଅଭିଯୁକ୍ତ ସୁଦୀପ ମୁଖାର୍ଜୀକୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ନକଲି ଔଷଧ କାରବାର ମାମଲାରେ ଅଭିଯୁକ୍ତ ସୁଦୀପ ମୁଖାର୍ଜୀକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ନକଲି ଔଷଧ ଯୋଗାଣକାରୀ ମାକ୍ସ ହେଲ୍ଥକେୟାର ସଂସ୍ଥାର ମୁଖ୍ୟ ହେଉଛି ସୁଦୀପ ମୁଖାର୍ଜୀ । ଅଧିକ ଖୋଳତାଡ଼ ପାଇଁ…

author-image
Satyendu Shekher Mishra
ନକଲି ଫାଭିଫିରାଭିର ଔଷଧ କାରବାର ମାମଲା, ଅଭିଯୁକ୍ତ ସୁଦୀପ ମୁଖାର୍ଜୀକୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ

favipiravir

ଭୁବନେଶ୍ୱର:ରାଜ୍ୟରେ ନକଲି ଔଷଧ କାରବାର ମାମଲାରେ ଅଭିଯୁକ୍ତ ସୁଦୀପ ମୁଖାର୍ଜୀକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ନକଲି ଔଷଧ ଯୋଗାଣକାରୀ ମାକ୍ସ ହେଲ୍ଥକେୟାର ସଂସ୍ଥାର ମୁଖ୍ୟ ହେଉଛି ସୁଦୀପ ମୁଖାର୍ଜୀ । ଅଧିକ ଖୋଳତାଡ଼ ପାଇଁ ସୁଦୀପକୁ ୧୦ ଦିନ ରିମାଣ୍ଡରେ ଆଣିବା ପାଇଁ ତଦନ୍ତକାରୀ ସଂସ୍ଥା ଯୋଜନା କରୁଛି ।

Advertisment

ସୁଦୀପକୁ ରିମାଣ୍ଡରେ ଆଣି ମୁଖ୍ୟ ଅଭିଯୁକ୍ତ ଶିବ ଜେନା ସହ ମୁହାଁମୁହିଁ ଜେରା କରାଯିବ । ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ । ମୁମ୍ବାଇ ପୋଲିସ ଦ୍ୱାରା ଗିରଫ ହୋଇ ଏବେ ଜେଲରେ ଅଛି ସୁଦୀପ ମୁଖାର୍ଜୀ ।

ଓଡ଼ିଶାରେ ନକଲି ଔଷଧ କାରବାର ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବ ଜେନାଙ୍କୁ ଜୁନ୍‌ ୨୪ ତାରିଖ ଦିନ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଥିଲା । ମାତ୍ର ୬୫ ଟଙ୍କାରେ ଗୋଟିଏ ଗୋଟିଏ ନକଲି ଫାଭିପିରାଭିର୍ ଷ୍ଟ୍ରିପ୍ କିଣି ତାକୁ ୧୨୯୦ ଟଙ୍କାରେ ବିକିବାକୁ ଶିବ ଜେନା ଓ ତାଙ୍କ ଟିମ୍‌ ଯୋଜନା କରିଥିଲେ । ଓଡ଼ିଶାରେ ନକଲି ଔଷଧ କାରବାରର ମାଷ୍ଟର ମାଇଣ୍ଡ ଥିଲା ଶିବ ଜେନା । କଟକ କନିକା ଛକ ସ୍ଥିତ ମେଡ଼ିଲଏଡ୍ ମେଡ଼ିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ରେ ଚାଲିଥିଲା ଏହି ଭେଜାଲ୍ ଔଷଧ କାରବାର । ଶିବ ପ୍ରସନ୍ନ ଜେନାଙ୍କ ପତ୍ନୀ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

Advertisment

କରୋନା ଚିକିତ୍ସା ପାଇଁ ବ୍ୟବହୃତ ଫାଭିପିରାଭିରର ଫାଭିମ୍ୟାକ୍ସ-୨୦୦ ଏବଂ ଫାଭିମ୍ୟାକ୍ସ-୪୦୦ ବ୍ରାଣ୍ଡର ଔଷଧ ଓଡ଼ିଶାରେ ବିକ୍ରି ପାଇଁ ଏମାନେ ଆଣିଥିଲେ । ଏହି ଷ୍ଟ୍ରିପ୍‌ର ଦାମ ୬୫ ଟଙ୍କା । ତାଙ୍କୁ ୧୨୯୦ ଟଙ୍କା ଅର୍ଥାତ୍‌ ୨୦ ଗୁଣା ଦରରେ ବିକ୍ରି ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।

୧୦ ଜୁନ୍, ୨୦୨୧ରେ ମହାରାଷ୍ଟ୍ର ଡ୍ରଗ୍ସ କଣ୍ଟ୍ରୋଲରଙ୍କଠାରୁ ସୂଚନା ପାଇ କଟକ ସ୍ଥିତ ଏହି କମ୍ପାନୀରେ ପ୍ରଥମେ ଚଢ଼ାଉ କରିଥିଲେ ସ୍ଥାନୀୟ ଡ୍ରଗ୍ସ ଇନିସ୍ପେକ୍ଟର । କାରଣ ଏହି ସଂସ୍ଥା ହିମାଚଳପ୍ରଦେଶର ସୋଲାନ୍ ସ୍ଥିତ ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର କମ୍ପାନୀଠାରୁ ମଗାଇଥିଲା ଫାଭିମାସ୍କ-400 ଔଷଧ । କିନ୍ତୁ ତଦନ୍ତରେ ଜଣାପଡ଼ିଥିଲା ସୋଲାନ୍‌ରେ ଏଭଳି କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ ।

Odisha Favipiravir Duplicate Duplicate Medicine
Advertisment
Advertisment