/odishatv-khabar/media/post_attachments/uploadimage/library/16_9/16_9_0/asit-tripathy_1627292458.jpg)
asit-tripathy
ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ଗୋଷ୍ଠୀ ସଚେତନତାକୁ ଅସ୍ତ୍ର କର ଓଡ଼ିଶାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସୂଚନା ଓ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।
ଆଜି ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସଚେତନତା କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ। ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ , ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଅଧିକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
ସପ୍ତାହକ ମଧ୍ୟରେ ଉଭୟ ଗ୍ରାମ ଓ ସହରାଞ୍ଚଳରେ ଓ୍ୱାର୍ଡସ୍ତରୀୟ କୋଭିଡ୍ କମିଟି ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ସଚେତନା ପାଇଁ ଅନ୍ୟାନ୍ୟ ମାଧ୍ୟମ ସହ ଲୋକଙ୍କୁ ମୋବାଇଲରେ ମେସେଜ୍ ଦେବାକୁ ନିଷ୍ପତ୍ତି ହୋଇଛି। ସେପଟେ ଜୁନ୍ ଓ ଜୁଲାଇ ସୁଦ୍ଧା କରୋନାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ବହୁ ପୂର୍ବରୁ ସ୍ୱତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ କରିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)