Advertisment

କରୋନାରେ ଆଖି ବୁଜିଲେ ୨୦ ବର୍ଷୀୟ ଯୁବତୀ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ରୋଗୀଙ୍କ ସଂଖ୍ୟା ୧,୮୩୯ରେ ପହଞ୍ଚିଛି। କଳାହାଣ୍ଡିରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ  ଘଟିଥିବାବେଳେ ସୁନ୍ଦରଗଡ଼ରୁ ଦୁଇଜଣ ରୋଗୀ ଆଖି଼ ବୁଜିଛନ୍ତି। କଳାହାଣ୍ଡିରୁ ଜଣେ ୨୦ ବର୍ଷୀୟ ଯୁବତୀଙ୍କର କରୋନାରେ ମୃତ୍ୟୁ ଘଟିଛି। ସେ ହେପାଟାଇଟିସ୍‌ରେ ଆକ୍ରାନ୍ତ ଥିଲେ। ସେହିପରି  ସୁନ୍ଦରଗଡରୁ ମୃତ୍ୟୁ ବରଣ କରିଥିବା ୨ ଜଣଙ୍କ ବୟସ ଯଥାକ୍ରମେ ୪୩ ଓ ୪୫। ଏମାନଙ୍କ ମଧ୍ୟରୁ […]

author-image
Minati Mishra
କରୋନାରେ ଆଖି ବୁଜିଲେ ୨୦ ବର୍ଷୀୟ ଯୁବତୀ

corona

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ରୋଗୀଙ୍କ ସଂଖ୍ୟା ୧,୮୩୯ରେ ପହଞ୍ଚିଛି। କଳାହାଣ୍ଡିରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ  ଘଟିଥିବାବେଳେ ସୁନ୍ଦରଗଡ଼ରୁ ଦୁଇଜଣ ରୋଗୀ ଆଖି଼ ବୁଜିଛନ୍ତି।

Advertisment

କଳାହାଣ୍ଡିରୁ ଜଣେ ୨୦ ବର୍ଷୀୟ ଯୁବତୀଙ୍କର କରୋନାରେ ମୃତ୍ୟୁ ଘଟିଛି। ସେ ହେପାଟାଇଟିସ୍‌ରେ ଆକ୍ରାନ୍ତ ଥିଲେ। ସେହିପରି  ସୁନ୍ଦରଗଡରୁ ମୃତ୍ୟୁ ବରଣ କରିଥିବା ୨ ଜଣଙ୍କ ବୟସ ଯଥାକ୍ରମେ ୪୩ ଓ ୪୫। ଏମାନଙ୍କ ମଧ୍ୟରୁ ଜଣେ ହାଇପର ଟେନ୍‌ସନ ରୋଗୀ ଥିଲେ।

ଏଠି କହିରଖିବୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡରେ ସର୍ବାଧିକ ୫୦ ଜଣ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୫୯୬ ଥିବାବେଳେ ସୁସ୍ଥ ହୋଇଥିବାବେଳେ ୩,୨୧,୬୪୭ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ଆକ୍ଟିଭ କେସ ଅଛି ୩୦୫୭।

Advertisment


ଆହୁରି ପଢନ୍ତୁ: ଚିହ୍ନଟ ହେଲେ ୩୬୩ କରୋନା ରୋଗୀ, ସୁନ୍ଦରଗଡ, ଖୋର୍ଦ୍ଧାରେ ସର୍ବାଧିକ

Advertisment
Advertisment