Advertisment

ରାଜ୍ୟରେ ୧୧ ହଜାର ତଳକୁ ଖସୁନି ସଂକ୍ରମଣ; ଆଜି ବି ବାହାରିଲେ ୧୧, ୧୦୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଉଛି କରୋନା। ଦୈନିକ ସଂକ୍ରମଣ ଗତ କିଛି ଦିନ ହେଲା ୧୧ ହଜାର ତଳକୁ ଖସୁନି। ସଂକ୍ରମିତଙ୍କ ସଂଖ୍ୟା ଗତକାଲି ୧୨,୫୨୩  ଥିବାବେଳେ ଆଜି ୧୧,୧୦୮ ରହିଛି। ଏଥିମଧ୍ୟରୁ ୬,୨୧୯ କ୍ୱାରେଣ୍ଟିନରେ ଥିବାବେଳେ ୪୮୮୯ ଲୋକାଲ କଣ୍ଟାକ୍ଟ ରହିଛି। ଆଜି ବି ସର୍ବାଧିକ ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ବାହାରିଛନ୍ତି। ଏଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧,୪୫୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି କଟକ। ଏଠାରୁ ୯୪୪ ଜଣ […]

author-image
Minati Mishra
ରାଜ୍ୟରେ ୧୧ ହଜାର ତଳକୁ ଖସୁନି ସଂକ୍ରମଣ; ଆଜି ବି ବାହାରିଲେ ୧୧, ୧୦୮ ପଜିଟିଭ

_117666215_virusnosegraphic

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଉଛି କରୋନା। ଦୈନିକ ସଂକ୍ରମଣ ଗତ କିଛି ଦିନ ହେଲା ୧୧ ହଜାର ତଳକୁ ଖସୁନି। ସଂକ୍ରମିତଙ୍କ ସଂଖ୍ୟା ଗତକାଲି ୧୨,୫୨୩  ଥିବାବେଳେ ଆଜି ୧୧,୧୦୮ ରହିଛି। ଏଥିମଧ୍ୟରୁ ୬,୨୧୯ କ୍ୱାରେଣ୍ଟିନରେ ଥିବାବେଳେ ୪୮୮୯ ଲୋକାଲ କଣ୍ଟାକ୍ଟ ରହିଛି।

Advertisment

ଆଜି ବି ସର୍ବାଧିକ ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ବାହାରିଛନ୍ତି। ଏଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧,୪୫୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି କଟକ। ଏଠାରୁ ୯୪୪ ଜଣ ସଂକ୍ରମିତ ବାହରାଛନ୍ତି। ଅନ୍ୟପକ୍ଷେ ଅନୁଗୁଳରେ ୮୬୪, ବାଲେଶ୍ୱରରେ ୫୦୯, ବରଗଡରେ ୩୩୯, ଭଦ୍ରକରେ ୪୮୯, ବଲାଙ୍ଗରରେ ୨୯୮, ବୌଦ୍ଧରେ ୨୭୩, ଦେବଗଡରେ ୧୨୫, ଢେଙ୍କାନାଳରେ ୧୩୧, ଗଜପତିର ୧୫୭, ଗଞ୍ଜାମରେ ୨୧୪, ଜଗତସିଂହପୁରରେ ୩୧୮, ଜାଜପୁରରେ ୩୯୬, ଝାରସୁଗୁଡ଼ାରେ ୧୧୩, କଳାହାଣ୍ଡିରେ ୩୯, କନ୍ଧମାଳରେ ୧୩୨, କେନ୍ଦ୍ରାପଡାରେ ୧୫୦, କେନ୍ଦୁଝରରେ ୧୬୯, କୋରାପୁଟରେ ୨୫୧ ଜଣଙ ସଂକ୍ରମିତ ହୋଇଛନ୍ତି।

Advertisment

ସେହିପରି ମାଲକାନଗିରିରୁ ୧୦୦, ମୟୂରଭଞ୍ଜରୁ ୬୩୫, ନବରଙ୍ଗପୁରରୁ ୩୫୭, ନୟଗଡରୁ ୩୩୨, ନୂଆପଡାରୁ ୧୧୪, ପୁରୀରୁ ୪୭୩, ରାୟଗଡାରୁ ୨୦୯, ସମ୍ବଲପୁରରୁ ୩୮୪, ସୋନପୁରରୁ ୧୮୦, ସୁନ୍ଦରଗଡରୁ ୭୦୮ ଏବଂ ଷ୍ଟେଟ ପୁଲ୍‌ରୁ ୨୫୪  ବାହାରିଛନ୍ତି।

ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୧,୧୨,୪୧,୪୦୮  ନମୂନା ପରୀକ୍ଷା ହୋଇଥିବାବେଳେ ୬,୭୯,୫୩୦ ପଜିଟିଭ ବାହାରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୧,୦୯,୬୩୯ ରହିଛି।

କରୋନା ସଂକ୍ରମଣ ବଢୁଥିବାବେଳେ ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଡାକ୍ତରଖାନାରେ ରୋଗୀଙ୍କୁ ଶଯ୍ୟା ମିଳୁ ନ ଥିବାବେଳେ ଅନ୍ୟାନ୍ୟ ସୁବିଧା ବି ମିଳୁନି। ଏପରି ଅବସ୍ଥାରେ ଭୁବନେଶ୍ୱରରେ ବିଏମ୍‌ସି ପକ୍ଷରୁ ଖୋଲାଯାଇଥିବା କୋଭିଡ୍ କଲ୍ ସେଣ୍ଟର ରୋଗୀଙ୍କର ବହୁତ ଉପକାରରେ ଆସିଛି।  ଏହି ସେଣ୍ଟରକୁ  ଆସିଛି ୫୦ ହଜାରରୁ ଅଧିକ ଫୋନ୍ କଲ୍। ବିଏମ୍‌ସିର ୧୯୨୯ ନମ୍ବରକୁ ଆସିଛି ଗତ ୨୦ ତାରିଖ ସୁଦ୍ଧା ୫୧ ହଜାର ୩୫୧ଟି କଲ୍।

କରୋନାରେ ଆକ୍ରାନ୍ତ, ତାଙ୍କ ସମ୍ପର୍କୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଏଠି କଲ୍ କରିଛନ୍ତି। ସେଥିରୁ କିଛି ମେଡିକାଲ୍ ସହାୟତା ପୁଣି କିଛି ଡାକ୍ତରଙ୍କ ସହ ପରାମର୍ଶ ପାଇଁ କଲ୍ କରିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଅଯାଇଛି। ୧୪ ହଜାର ୧୨୭ କଲ୍‌ରେ ଥିବା ବ୍ୟକ୍ତି ଡାକ୍ତରଙ୍କ ସହ ପରାମର୍ଶ ନେଇଥିଲେ। ଏଥିପାଇଁ ନିୟୋଜିତ ଥିବା ଡାକ୍ତର ଆକ୍ରାନ୍ତ ଓ ତାଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ। ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବା ପରେ ଗତ ମାର୍ଚ୍ଚ ୨୫ ତାରିଖରେ ୧୯୨୯ କୋଭିଡ୍ କେୟାର ବ୍ୟବସ୍ଥାକୁ ଆରମ୍ଭ କରାଯାଇଥିଲା।

ସୂଚନାଥାଉ କି, ଆଜି ରାଜ୍ୟରେ ୨୬ ଜଣ କରୋନାରେ ଆଖି ବୁଜିଛନ୍ତି।

Corona Breaking News Corona Cases In Odisha
Advertisment
Advertisment