Advertisment

ବାହାରିଲେ ୧୧ ହଜାରରୁ ଅଧିକ କରୋନା ପଜିଟିଭ; ଖୋର୍ଦ୍ଧା, କଟକ ହଜାରେ ଉପରେ

ଭୁବନେଶ୍ୱର: ରାଜ୍ୟରେ କରୋନ ସଂକ୍ରମଣ କମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟା କ୍ୱାରେଣ୍ଟାଇନରୁ ୬୪୩୯ ଜଣ ଓ  ଲୋକାଲ କେସ୍ ୫୦୫୯ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ […]

author-image
Minati Mishra
ବାହାରିଲେ ୧୧ ହଜାରରୁ ଅଧିକ କରୋନା ପଜିଟିଭ;  ଖୋର୍ଦ୍ଧା, କଟକ ହଜାରେ ଉପରେ

covid

ଭୁବନେଶ୍ୱର: ରାଜ୍ୟରେ କରୋନ ସଂକ୍ରମଣ କମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟା କ୍ୱାରେଣ୍ଟାଇନରୁ ୬୪୩୯ ଜଣ ଓ  ଲୋକାଲ କେସ୍ ୫୦୫୯ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।

Advertisment

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଉପରେ ରହିଛି। କଟକରୁ ୧୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୬୭, ସୁନ୍ଦରଗଡ଼ରୁ ୭୦୩, ମୟୂରଭଞ୍ଜରୁ ୫୩୮, ବାଲେଶ୍ୱରରୁ ୫୨୪, ପୁରୀରୁ ୪୨୪ ବରଗଡ଼ରୁ ୩୯୫, ସମ୍ବଲପୁରରୁ ୩୯୩, ନୟାଗଡ଼ରୁ ୩୮୨, ଯାଜପୁରରୁ ୩୭୮, ଜଗତସିଂହପୁରରୁ ୩୨୫, ବୌଦ୍ଧରୁ ୩୧୩, ବଲାଙ୍ଗିରରୁ ୨୯୪, କୋରାପୁଟରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି।

ସେହିଭଳି ଢେଙ୍କାନାଳରୁ ୨୫୧ ଜଣ, ଝାରସୁଗୁଡ଼ାରୁ ୨୪୭, ରାୟଗଡ଼ାରୁ ୨୩୩, ଗଞ୍ଜାମରୁ ୨୨୮, ସୁବର୍ଣ୍ଣପୁରରୁ ୨୨୭, କଳାହାଣ୍ଡିରୁ ୨୦୫, କେନ୍ଦ୍ରାପଡ଼ାରୁ ୨୦୪, କେନ୍ଦୁଝରରୁ ୧୯୩, କୋରାପୁଟରୁ ୨୬୬,  ଓ ଷ୍ଟେଟପୁଲରୁ ୨୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ୧୦,୦୩୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧,୧୧,୧୮,୯୮୪ ନମୂନା ପରୀକ୍ଷା ହୋଇଥିବାବେଳେ ୬,୫୫,୮୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ୬,୫୫,୮୯୯ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଆକ୍ଟିଭ କେସ ରହିଛି ୧,୦୬,୮୧୨।

ସହିପରି ଆଜି ରାଜ୍ୟରେ ୨୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। 

Corona Breaking News Corona Cases In Odisha
Advertisment
Advertisment