/odishatv-khabar/media/post_attachments/uploadimage/library/16_9/16_9_0/virus_1626169396.jpg)
virus
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ହାର ଯେପରି ବଢିବାରେ ଲାଗିଛି ତାହାକୁ ଦେଖି ରାଜ୍ୟବାସୀଙ୍କ ନିଦ ହଜି ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୧୮୯ ରହିଛନ୍ତି। ସମସ୍ତ ରୋଗୀ ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆଜି ନୂଆପଡା ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ଆଜି ୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧାରୁ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମିଳିଥିବା ତଥ୍ୟ ଅନୁସାରେ, ଅନୁଗୁଳରୁ ୨୭, ବାଲେଶ୍ୱରରୁ ୧୬, ବରଗଡରୁ ୩୨, ଭଦ୍ରକରୁ ୫, ବଲାଙ୍ଗୀରରୁ ୩, କଟକରୁ ୨୨, ଗଞ୍ଜାମରୁ ୫, ଯାଜପୁରରୁ ୮, ଝାରସୁଗୁଡା ୧୩, କଳାହାଣ୍ଡିରୁ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳରୁ ୪, କେନ୍ଦ୍ରାପଡା, କେନ୍ଦୁଝରରୁ ୨, କୋରାପୁଟରୁ ୪, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୯, ନୟାଗଡରୁ ୧, ପୁରୀରୁ ୯, ରାୟଗଡାରୁ ୭, ସମ୍ବଲପୁରରୁ ୧୬, ସୋନପୁରରୁ ୪ ଏବଂ ସୁନ୍ଦରଗଡରୁ ସର୍ବାଧିକ ୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩,୪୧,୭୭୨ରେ ପହଞ୍ଚିଛି। ୩,୩୭,୨୧୨ ସୁସ୍ଥ ହୋଇ ଫରିଥିବାବେଳେ ଆକ୍ଟିଭ କେସ୍ ଅଛି ୨୫୮୬।
ସୂଚନାଥାଉ କି, ସମଗ୍ର ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୧ ହଜାର ୪୬୬ ପଜିଟିଭ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୧,୧୫,୨୫,୦୩୯ କରୋନା ମୁକ୍ତ ହୋଇଥିବାବେଳେ ଏବେ ଆକ୍ଟିଭ କେସ୍ ରହିଛି ୬ ଲକ୍ଷ ୧୪ ହଜାର ୬୯୬।
Covid-19 Report For 1st April
New Positive Cases: 461
In quarantine: 272
Local contacts: 189(Details of local contacts will be shared by concerned District Administration)
District Wise Cases:
1. Angul: 27
2. Balasore: 16
3. Bargarh: 32
4. Bhadrak: 5
5. Balangir: 3— I & PR Department, Odisha (@IPR_Odisha) April 2, 2021
ପଢନ୍ତୁ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ବାହାରିଲେ ୮୧ ହଜାର ରୋଗୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)