Advertisment

ରାଜ୍ୟରେ ୭ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା, କମୁନି ମୃତ୍ୟୁ ହାର

ଭୁବନେଶ୍ୱର: ରାଜ୍ୟରେ ହଠାତ୍‌ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇଛି। ଗତକାଲି ୧୧ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଣଣ ହୋଇଛନ୍ତି  ୬ ହଜାର ୭୩୬ କେରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ  ବାହାରିଛନ୍ତି ୨୭୭୪ ଜଣ। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲାକ ସମ୍ପର୍କ ବିଭାଗ । ସେହିପରି ରାଜ୍ୟରେ ଆଜି ୩୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। […]

author-image
Minati Mishra
ରାଜ୍ୟରେ ୭ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା, କମୁନି ମୃତ୍ୟୁ ହାର

corona testing

ଭୁବନେଶ୍ୱର: ରାଜ୍ୟରେ ହଠାତ୍‌ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇଛି। ଗତକାଲି ୧୧ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଣଣ ହୋଇଛନ୍ତି  ୬ ହଜାର ୭୩୬ କେରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ  ବାହାରିଛନ୍ତି ୨୭୭୪ ଜଣ। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲାକ ସମ୍ପର୍କ ବିଭାଗ ।

Advertisment

ସେହିପରି ରାଜ୍ୟରେ ଆଜି ୩୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୬୧୮ ଛୁଇଁଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଆଜି ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଅନୁଗୁଳରୁ। ଏହି ଜିଲ୍ଲାରୁ ବାହାରିଛନ୍ତି ୭୮୮। ଖୋର୍ଦ୍ଧାରୁ ବାହାରିଛନ୍ତି ୫୩୩ ଜଣ। ସେହିପରି ବାଲେଶ୍ୱରରୁ ୭୧ ଜଣ, ବରଗଡରୁ ୪୦୫ ଜଣ, ଭଦ୍ରକରୁ ୨୦୬ ଜଣ, ବଲାଙ୍ଗିରରୁ ୧୪୪ ଜଣ, ବୌଦ୍ଧରୁ ୨୬୨, କଟକରୁ ୩୬୨, ଦେବଗଡରୁ ୬୪, ଢେଙ୍କାନାଳରୁ ୧୭୮, ଗଜପତିରୁ ୮୦, ଗଞ୍ଜାମରୁ ୧୯୬, ଜଗତ୍‌ସିଂହପୁରରୁ ୧୦୬, ଯାଜପୁରରୁ ୩୭୪, ଝାରସୁଡାରୁ ୧୨୦, କଳାହାଣ୍ଡିରୁ ୨୪୧, କନ୍ଧମାଳରୁ ୮୫, କେନ୍ଦ୍ରାପଡ଼ରୁ ୨୪, କେନ୍ଦୁଝରରୁ ୨୪, କୋରାପୁଟରୁ ୨୧୯, ମାଲକାନିରିରୁ ୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment

ଅନପକ୍ଷେ ମୟୂରଭଞ୍ଜରୁ ୩୪, ନବରଙ୍ଗପୁରରୁ ୨୮୨, ନୟାଗଡରୁ ୨୦୭, ନୂଆପଡ଼ାରୁ ୪୮, ପୁରୀରୁ ୨୬୫, ରାଗୟଡାରୁ ୧୨୩, ସମ୍ବଲପୁରରୁ ୩୦୯, ସୋନପୁରରୁ ୮୨, ସୁନ୍ଦରଗଡ଼ରୁ ୭୨୦ ଏବଂ ଷ୍ଟେଟପୁଲ୍‌ରୁ  ଚିହ୍ନଟ ହୋଇଛନ୍ତି ୧୦୨ ଜଣ କରୋନା ରୋଗୀ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୭,୩୨,୭୩୯ ହୋଇଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୬,୨୩,୬୨୮। ରାଜ୍ୟରେ ଏବେ ଆକ୍ଟିଭ କେସ ୧,୦୬,୪୪୦ ରହିଛି। ତେବେ ବାତ୍ୟା ୟାଶ୍‌ର ପ୍ରଭାବ ଓ ୟାଶ୍‌ ଜନିତ ବର୍ଷା ଯୋଗୁ ଗତ ୨ ଦିନ ଧରି ରାଜ୍ୟରେ ଟେଷ୍ଟିଂ କମ ରହିଛି। ସେଥିଯୋଗୁ ଦୈନିକ ସଂକ୍ରମଣ ସଂଖ୍ୟା ଏତେ ମାତ୍ରରେ ହ୍ରାସ ପାଇଥିବା ଅନୁମାନ କରାଯାଇଛି।

ଆଜି  ସର୍ବାଧିକ କରୋନା ରୋଗୀ ଅନୁଗୁଳରୁ ମଧ୍ୟ ଆଖି ବୁଜିଛନ୍ତି। ଏହି  ଜିଲ୍ଲାରୁ ସର୍ବାଧତ୍କ ୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ ୪ ଲେଖାଏଁ, ବୌଦ୍ଧ, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ ଘଟିଛି। ଗଜପତି, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରୁ ମଧ୍ୟ ୨ ଲେଖାଏଁ ଅକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଢେଙ୍କାନାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ ଘଟିଛି।

Corona News Today Corona Cases In Odisha
Advertisment
Advertisment