Advertisment

ରାଜ୍ୟରେ ଦିନକରେ ବାହାରିଲେ ୧୭୮୪ କରୋନା ସଂକ୍ରମିତ, ନୂଆପଡ଼ା ଆଗରେ

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଉଛି କରୋନା। ଦିନକୁ ଦିନ ସଂକ୍ରମଣ ବଢି ବଢି ଚାଲିଛି। ଆଜି  ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୮୪ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୧୦୩୪ କ୍ୱାରେଣ୍ଟିନରୁ ବାହାରି ଥିବାବେଳେ ୭୪୯ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା। ସେହିପରି  ରାଜ୍ୟରେ କରୋନାରେ ଆଜି ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଭଦ୍ରକ ଓ ବଲାଙ୍ଗିର ଜିଲ୍ଲାର। ଏହାକୁ […]

author-image
Minati Mishra
ରାଜ୍ୟରେ ଦିନକରେ ବାହାରିଲେ ୧୭୮୪ କରୋନା ସଂକ୍ରମିତ, ନୂଆପଡ଼ା ଆଗରେ

corona

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଉଛି କରୋନା। ଦିନକୁ ଦିନ ସଂକ୍ରମଣ ବଢି ବଢି ଚାଲିଛି। ଆଜି  ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୮୪ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୧୦୩୪ କ୍ୱାରେଣ୍ଟିନରୁ ବାହାରି ଥିବାବେଳେ ୭୪୯ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା।

Advertisment

ସେହିପରି  ରାଜ୍ୟରେ କରୋନାରେ ଆଜି ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଭଦ୍ରକ ଓ ବଲାଙ୍ଗିର ଜିଲ୍ଲାର। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୦କୁ ବୃଦ୍ଧି ପାଇଛି। 

ମିଳିଥିବା ସୂଚନା ଅନୁସାରେ, ନୂଆପଡା ଜିଲ୍ଲା ଆଜି ତାଲିକାର ଉପରେ ଥିବାବେଳେ ଏହା ପଛରେ ରହିଛି ସୁନ୍ଦରଗଡ଼ ଓ ଖୋର୍ଦ୍ଧା। ନୂଆପଡ଼ାରୁ ୩୦୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ସୁନ୍ଦରଗଡ଼ରୁ  ୨୪୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ବାହାରିଛନ୍ତି ୨୦୧ ସଂକ୍ରମିତ।

Advertisment

ଅନ୍ୟପକ୍ଷେ, ଅନୁଗୁଳରୁ ୨୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ବାଲେଶ୍ୱରରୁ ୭୨, ବରଗଡରୁ ୮୭, ଭଦ୍ରକରୁ ୩୦, ବଲାଙ୍ଗିରରୁ ୯୧, ବୌଦ୍ଧରୁ ୪, କଟକରୁ ୫୯, ଦେବଗଡରୁ ୧୨, ଢେଙ୍କାନାଳରୁ ୨, ଗଜପତିରୁ ୧୬, ଗଞ୍ଜାମରୁ ୮୦, ଜଗତ୍‌ସିଂହପୁରରୁ ୭, ଜାଜପୁରରୁ ୩୩, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୬୮, କନ୍ଧମାଳରୁ ୧୩, କେନ୍ଦ୍ରାପଡାରୁ ୧୮, କେନ୍ଦୁଝରରୁ ୫୪, କୋରାପୁଟରୁ ୧୦ ଏବଂ ମାଲକାନଗିରିରୁ ଜଣେ ମାତ୍ର ରୋଗୀ ଚିହ୍ନଟ ହୋଇଛନ୍ତି।

ମୟୂରଭଞ୍ଜରୁ ୨୭, ନବରଙ୍ଗପୁରରୁ ୬୭, ନୟାଗଡ଼ରୁ ୧୪, ପୁରୀରୁ ୫୩, ରାୟଗଡ଼ାରୁ ୨୫, ସମ୍ବଲପୁରରୁ ୧୧୪, ସୋନପୁରରୁ ୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଷ୍ଟେଟ ପୁଲ୍‌ରୁ ବାହାରିଛନ୍ତି ୪୬ ରୋଗୀ।

ସୂଚନାଥାଉ କି, ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୯୪,୨୮,୪୬୯ ନମୂନା ପରୀକ୍ଷା କରାଯାଇଥିବାବେଳେ ୩,୫୩,୦୮୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। କରୋନାରୁ ସୁସ୍ଥ ହୋଇଛନ୍ତି ୩,୪୦,୬୦୦। ରାଜ୍ୟରେ ଆକ୍ଟିଭ କେସ ଅଛି ୧୦, ୫୦୩।

ଏଠି କହିରଖିବୁ, ଗତକାଲି ବି ରାଜ୍ୟରେ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୧,୦୧୫ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୭୨୬ ଥିଲା। ସେହିପରି ଗତକାଲି ନୂଆପଡ଼ା ଜିଲ୍ଲାରୁ ୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା।

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି । କିନ୍ତୁ ସତର୍କ ରହିବାକୁ ପଡ଼ିବ। ଛତିଶଗଡ଼ ପରିସ୍ଥିତିକୁ ଦେଖିଲେ ଅଧିକ ସଜାଗ ହେବାକୁ ହେବ। ଆଗାମୀ କିଛି ମାସରେ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ ହଜାରକୁ ପହଞ୍ଚିପାରେ ବୋଲି ଆକଳନ କରିଛନ୍ତି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର।

ଦ୍ୱିତୀୟ ପର୍ଯ୍ୟାୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ହେଲେ ମୃତକଙ୍କ ସଂଖ୍ୟା ବଢ଼ିନି। ଦ୍ୱିତୀୟ ଲହରିରେ ସଂକ୍ରମଣ ନିଜ ଲକ୍ଷଣ ବଦଳାଇଥିବା ସେ ସୂଚନା ଦେଇଛନ୍ତି। ଆଖି ଲାଲ୍ ହେବା, ପେଟ ଦରଜ, ବାନ୍ତି, ଭୋକ ନଲାଗିବା ଭଳି ନୂଆ ଲକ୍ଷଣ ଦେଖା ଯାଉଥିବା ଜଣାପଡ଼ିଛି।

ଦେଶରେ ମଧ୍ୟ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଗତକାଲି ୧ଲକ୍ଷ ୬୮ ହଜାର ୯୧୨ ଜଣ କରୋନା ରୋଗୀ ଚିହ୍ନଟ  ହୋଇଥିବାବେଳେ  ୯୦୪ ଜଣ ରୋଗୀ ଆଖି ବୁଜିଥିଲେ।   ଆଜି ମଧ୍ୟ ଦେଶରେ କରୋନାର ପ୍ରକୋପ ସେମିତି ରହିଛି।  ଦେଶରେ ୨୪ ଘଣ୍ଟାରେ ଏକ ଲକ୍ଷ ୬୦ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୮୮୦ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଥାଉ କି, ବିଶ୍ୱର ୨୧୯ ଦେଶରେ କାୟା ବିସ୍ତାର କରିଛି କରୋନା। ଆଜିର ତଥ୍ୟ ଅନୁସାରେ, ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଲକ୍ଷ ୫୮ ହଜାର ୧୪୮କୁ ବୃଦ୍ଧି ପାଇଥିବା ବେଳେ  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ କୋଟି ୭୨ ଲକ୍ଷ ୪୨ ହଜାର ୭୮୦ ଛୁଇଁଛି। କରୋନାରୁ ସୁସ୍ଥ ହେଲେଣି ୧୧ କୋଟି ୪ ଲକ୍ଷ ୨୧ ହଜାର ୯୪୮ ଜଣ।

Corona Cases In Odisha
Advertisment
Advertisment