/odishatv-khabar/media/post_attachments/uploadimage/library/16_9/16_9_0/new-strain_1626168513.jpg)
corona new strain
ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଛି କରୋନା। ଦେଶର ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକା, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିବା କେନ୍ଦ୍ର ସରକାର କହିଛନ୍ତି। ଏହା ବ୍ୟତୀତ ଦିଲ୍ଲୀ, ଗୁଜରାଟ ଓ ହରିଆଣାର ସ୍ଥିତି ମଧ୍ୟ ଭଲ ନାହିଁ। ଏହାକୁ ଦେଖି ଓଡ଼ିଶାରେ ମଧ୍ୟ ପୁଣି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର।
ନୂଆ ଷ୍ଟ୍ରେନ ସହ ପୁଣି କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ନୂଆ ଷ୍ଟ୍ରେନ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ । ଏଣୁ ଏଥିଲାଗି ଅଧିକ ସତର୍କ ରହିବା ସହ ସଚେତନ ହେବା ଆବଶ୍ୟକ ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।
ନୂଆ ଷ୍ଟ୍ରେନ ଯୋଗୁଁ ମଣିଷଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉଛି । ଦେହ ହାତ ଅବଶ ଲାଗିବା, ଭୋକ ନ ହେବା, ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା ହେବା, ତରଳ ଝାଡ଼ା ଦିନକୁ ୪ରୁ ୫ ଥର ହେବା, ଗଳା ଦରଜ, ନାକ ଚୁଣ୍ଟିହେବା ଭଳି ଲକ୍ଷଣ ଦେଖାଦେଉଛି । ବଡ଼ କଥା ହେଉଛି, ନୂଆ ଷ୍ଟ୍ରେନର ଭୂତାଣୁ ଅଧିକ ସଂକ୍ରାମକ ଓ ଶୁଖିଲା ବସ୍ତୁ ଉପରେ ପ୍ରାୟ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରୁଛି ।
ପୂର୍ବ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରୁଛି । ବର୍ଷେ ଧରି ଲକଡାଉନ, ସଟଡାଉନରେ ରହି ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାବେଳେ ନୂଆ ଷ୍ଟ୍ରେନ ବଡ଼ ବିପଦ ଆଣି ଦେଇଛି ଏଣୁ ପୂର୍ବଭଳି ଲକଡାଉନ, ସଟଡାଉନ ପରିସ୍ଥିତି ଯେପରି ନ ଆସିବ, ସେଥିଲାଗି ସମସ୍ତେ ସତର୍କ ରହିବା ଜରୁରୀ ବୋଲି କୁହାଯାଇଛି ।
ଆହୁରି ପଢନ୍ତୁ : ସଚେତନ ରୁହ, ଏବେ ବି ଭୟ ଯାଇନି-କରୋନାକୁ ନେଇ ଚେତାବନୀ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
ଏଥିରୁ ରକ୍ଷା ପାଇବା ଲାଗି ନିର୍ଦ୍ଧାରିତ ସାରଣୀରେ କରୋନା ଟିକା ନେବାକୁ ପରାମର୍ଶ ଦିଆଯାଇଛି। ଜନସମାଗମଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ହେବ। ସ୍କୁଲ, କଲେଜ, ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ଯେପରି ଭଙ୍ଗ ନ ହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ବାହାର ରାଜ୍ୟରୁ ଫେରିବା ବ୍ୟକ୍ତି ନିଜକୁ ୭ ଦିନ ପୃଥକବାସରେ ରହିବାକୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ ବ୍ୟକ୍ତି ତୁରନ୍ତ କୋଭିଡ୍ ପରୀକ୍ଷା କରାଇବାକୁ ହେବ ବୋଲି କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)