Advertisment

ବିଡିଓଙ୍କ ଆଲ୍‌ବମ୍‌ ଭିଡିଓକୁ ନେଇ ଚର୍ଚ୍ଚା; ପେଷା ଓ ଅଭିନୟ ନିଶା ଭିତରେ ବିବାଦରେ ସରକାରୀ ବାବୁ

ମାଲକାନଗିରି: ପେଶାରେ ସରକାରୀ ଚାକିରୀଆ କିନ୍ତୁ ନିଶା ତାଙ୍କର ଅଭିନୟ କରିବା। ଏଭଳି ପେଶା ଆଉ ନିଶାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଡିଓ ଲରେମାନ୍ ଖରସେଲ। କାରଣ ଜଣେ ନାୟିକାଙ୍କ ସହ ଏକ ରୋମାଣ୍ଟିକ୍ ଆଲବମ୍‌ରେ ତାଙ୍କୁ ଆଜିକାଲି ଦେଖିବାକୁ ମିଳିଛି। ପୁରା ପୋଖତ ଅଭିନେତା ଭଳି ଅଭିନୟ ବି କରୁଛନ୍ତି ଲରେମାନ। କିନ୍ତୁ ଏହାକୁ ନେଇ ବିବାଦ ବି ଛିଡ଼ା ହୋଇଥିବା କୁହାଯାଉଛି। ଏହି ଭିଡ଼ିଓ ଆଲବମ୍‌ରେ ତାଙ୍କ […]

author-image
Abinash Pati
ବିଡିଓଙ୍କ ଆଲ୍‌ବମ୍‌ ଭିଡିଓକୁ ନେଇ ଚର୍ଚ୍ଚା; ପେଷା ଓ ଅଭିନୟ ନିଶା ଭିତରେ ବିବାଦରେ ସରକାରୀ ବାବୁ

aulbum

ମାଲକାନଗିରି: ପେଶାରେ ସରକାରୀ ଚାକିରୀଆ କିନ୍ତୁ ନିଶା ତାଙ୍କର ଅଭିନୟ କରିବା। ଏଭଳି ପେଶା ଆଉ ନିଶାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଡିଓ ଲରେମାନ୍ ଖରସେଲ। କାରଣ ଜଣେ ନାୟିକାଙ୍କ ସହ ଏକ ରୋମାଣ୍ଟିକ୍ ଆଲବମ୍‌ରେ ତାଙ୍କୁ ଆଜିକାଲି ଦେଖିବାକୁ ମିଳିଛି।

Advertisment

ପୁରା ପୋଖତ ଅଭିନେତା ଭଳି ଅଭିନୟ ବି କରୁଛନ୍ତି ଲରେମାନ। କିନ୍ତୁ ଏହାକୁ ନେଇ ବିବାଦ ବି ଛିଡ଼ା ହୋଇଥିବା କୁହାଯାଉଛି। ଏହି ଭିଡ଼ିଓ ଆଲବମ୍‌ରେ ତାଙ୍କ ସରକାରୀ ବାସଭବନ ଏବଂ ସରକାରୀ ମୋଟର ଲଞ୍ଚକୁ ବ୍ୟବହାର କରାଯାଇଥିବା କୁହାଯାଉଛି।

ବର୍ତ୍ତମାନ ବିଡିଓଙ୍କ ଏକ ଭିଡିଓ ଆଲବମ୍ ପ୍ରୀତିକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଥିବାବେଳେ ସଂପୃକ୍ତ ବିଡ଼ିଓଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କର କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନି।

Advertisment
Advertisment
Advertisment