/odishatv-khabar/media/post_attachments/uploadimage/library/16_9/16_9_0/modi-naveen_1627294304.jpg)
modi-naveen
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସ୍ତରୀୟ ଯୁକ୍ତ ୨ ପରୀକ୍ଷା ସରିବା ପରେ ହିଁ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ହେଉ ବୋଲି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଉପସାଗରୀୟ ଦେଶମାନଙ୍କରେ ଏବେବି କିଛି ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି। ତେଣୁ ସେମାନଙ୍କୁ ଫେରାଇ ଆଣିବା ଲାଗି କେନ୍ଦ୍ର ବ୍ୟବସ୍ଥା କରୁ ବୋଲି ଦାବି ରଖାଯାଇଛି। ତୃତୀୟ ଦାବି ରହିଛି, ଟ୍ରେନ୍ ଓ ବିମାନ ଯାତ୍ରାରେ କଟକଣା ବଳବତ୍ତର ରହୁ। ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଶା ଫେରିଥିବାରୁ ଓ ମୌସୁମୀ ଆସି ସାରିଥିବାରୁ ଜୁନ ମାସ ଓଡ଼ିଶା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ କଟକଣା ବଳବତ୍ତର ରହୁ ବୋଲି ନବୀନ ଦାବି ରଖିଛନ୍ତି।
କରୋନା ମୁକାବିଲା ପାଇଁ ଓଡ଼ିଶା ସମେତ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଭିଡିଓ କନ୍ଫରେନ୍ସରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନଲକ୍ ଓ୍ୱାନ ଘୋଷଣା ହେବାର ଗୋଟିଏ ସପ୍ତାହ ପରେ ଅର୍ଥନୈତିକ କାର୍ଯ୍ୟକଳାପ ଓ କରୋନାରେ ବ୍ରେକ୍ ଲଗାଇବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ମତ ନେଇଛନ୍ତି ପ୍ରଧାନମନ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)