Advertisment

ନିର୍ମାଣ ଶ୍ରମିକ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିକାଶର ପ୍ରତିଟି କ୍ଷେତ୍ରରେ ଶ୍ରମିକଙ୍କ ଅବଦାନ ରହିଛି। ରାସ୍ତା, ଅଙ୍ଗନବାଡି, ସେତୁ ଆଦି ନିର୍ମାଣରେ ଶ୍ରମିକଙ୍କ ତ୍ୟାଗ ରହିଛି। ନିର୍ମାଣ ଶ୍ରମିକ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା। ସେମାନଙ୍କ କଲ୍ୟାଣ ଓ ସୁରକ୍ଷା ଆମର ଦାୟିତ୍ୱ ବୋଲି ରାଜ୍ୟସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିର୍ମାଣ ଶ୍ରମିକ ଉନ୍ନତି ଲାଗି ବହୁ ପଦକ୍ଷେପ ନିଆଯାଆଉଛି। […]

author-image
Abinash Pati
ନିର୍ମାଣ ଶ୍ରମିକ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା: ମୁଖ୍ୟମନ୍ତ୍ରୀ

shramik nirman

ଭୁବନେଶ୍ୱର: ବିକାଶର ପ୍ରତିଟି କ୍ଷେତ୍ରରେ ଶ୍ରମିକଙ୍କ ଅବଦାନ ରହିଛି। ରାସ୍ତା, ଅଙ୍ଗନବାଡି, ସେତୁ ଆଦି ନିର୍ମାଣରେ ଶ୍ରମିକଙ୍କ ତ୍ୟାଗ ରହିଛି। ନିର୍ମାଣ ଶ୍ରମିକ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା। ସେମାନଙ୍କ କଲ୍ୟାଣ ଓ ସୁରକ୍ଷା ଆମର ଦାୟିତ୍ୱ ବୋଲି ରାଜ୍ୟସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

publive-imageଭୁବନେଶ୍ୱର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିର୍ମାଣ ଶ୍ରମିକ ଉନ୍ନତି ଲାଗି ବହୁ ପଦକ୍ଷେପ ନିଆଯାଆଉଛି। ଓଡିଶା ଏ କ୍ଷେତ୍ରରେ ଆଗୁଆ ରାଜ୍ୟ ଭାବେ ରହିଛି। ୨୨ ହଜାର ଶ୍ରମିକଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି। ୩୦ ଲକ୍ଷ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ୧୫ଶହ କୋଟି ଯୋଗାଇ ଦିଆଯାଇଛି। ଶ୍ରମିକଙ୍କ ହକ ପାଇଁ କାମ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି(ସୋମବାର) ଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ ହେବ।

Advertisment
Advertisment