/odishatv-khabar/media/post_attachments/uploadimage/library/16_9/16_9_0/niranjan-1_1625488245.jpg)
niranjan
ଭୁବନେଶ୍ୱର: ବଢ଼ୁଥିବା ତୈଳ ଦରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୭ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ୭ରେ ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ । ୯ ତାରିଖରେ ଜିଲ୍ଲାସ୍ତରରେ ଧାରଣା ଦେବେ । ପରେ ୧୪ ତାରିଖରେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଆଜି ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
/odishatv-khabar/media/post_attachments/wp-content/uploads/2021/07/vlcsnap-2021-07-05-16h04m46s361.png)
କେନ୍ଦ୍ର ସରକାର କରୋନା ବେଳେ ଲୋକଙ୍କୁ ସହାୟତା କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଆର୍ଥିକ ଭାର ଲଦିଛନ୍ତି । ପେଟ୍ରୋଲ, ଡିଜେଲ ବଢ଼ିବା ଯୋଗୁଁ ଦୈନଦିନ ବ୍ୟବହାର ହେଉଥିବା ସାମଗ୍ରୀ ଦର ବି ବଢ଼ିଛି । ତେଣୁ ଆସନ୍ତା ୧୫ରେ ସାଧାରଣ ଲୋକଙ୍କୁ ଦିନିକିଆ ପେଟ୍ରୋଲ, ଡିଜେଲ୍ ବର୍ଜନ କରିବାକୁ କଂଗ୍ରେସ ନିବେଦନ କରିବ ବୋଲି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ୧୭ରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ଲୋକଙ୍କ ଦସ୍ତଖତ ସଂଗ୍ରହ ଅଭିଯାନ କଂଗ୍ରେସ କରିବ କଂଗ୍ରେସ ।
/odishatv-khabar/media/post_attachments/wp-content/uploads/2021/07/vlcsnap-2021-07-05-16h04m20s506.png)
ସୂଚନାଯୋଗ୍ୟ, ଗତ ଦୁଇ ତାରିଖର ତୈଳ ଦର ଉପରେ ଯଦି ଆମେ ନଜର ପକାଇବା ତେବେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଥିଲା । ମାଲକାନଗିରି କଥା ଶୁଣି ଯାହା ଶଙ୍କା ଥିଲା, ସେୟା ହେଲା । ଭୁବନେଶ୍ୱର-କଟକରେ ବି ଶହେ ଟପିଥିଲା ପେଟ୍ରୋଲ୍ । ରାଜଧାନୀ ଭୁବନେଶ୍ୱରରେ ଶହେ ଟଙ୍କା ଟପିଗଲା ପେଟ୍ରୋଲ । ତାଳ ଦେଇ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ବି ଶହେ ପାର୍ ହୋଇଥିଲା ଦର । ଲୋକଙ୍କ ଅଭିଯୋଗ ଏମିତି ତ ଲକଡାଉନ୍-ସଟଡାଉନ୍ ଯନ୍ତ୍ରଣା । ଏହା ସାଙ୍ଗକୁ ମହଙ୍ଗା ମାଡ଼ରେ ଜନତା ଦେଢ଼ ବର୍ଷ ହେଲା ଜୁଝୁଛନ୍ତି । ଆଉ ସେତେବେଳେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ସେଞ୍ଚୁରୀ ପାର୍ ପେଟ୍ରୋଲ୍ ।
/odishatv-khabar/media/post_attachments/wp-content/uploads/2021/07/vlcsnap-2021-07-05-16h04m32s292.png)
ଭୁବନେଶ୍ୱରରେ ଦୁଇ ତାରିଖ ଦିନ, ପେଟ୍ରୋଲ୍ ୧୦୦ ଟଙ୍କା ୦୧ ପଇସା ଛୁଇଁଥିବା ବେଳେ କଟକରେ ୧୦୦ ଟଙ୍କା ୨୭, ସମ୍ବଲପୁରରେ ୧୦୦ଟଙ୍କା ୫୧ ଓ ବ୍ରହ୍ମପୁରରେ ୧୦୦ଟଙ୍କା ୨୯ ପଇସାରେ ପହଞ୍ଚିଛି । ରାଜଧାନୀରେ ୧୦୧ଟଙ୍କା ପାର୍ ପେଟ୍ରୋଲ ଲିଟରର ମୂଳଦର ୪୦ଟଙ୍କା ୪୧ ପଇସା ଥିବା ବେଳେ ଏଥିରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମିଶିଛି ୩୨ଟଙ୍କା ୯୦ ପଇସା । ସେହିପରି ରାଜ୍ୟ ଭାଟ୍ ଆକାରରେ ୨୩ଟଙ୍କା ୪୦ ପଇସା ଗ୍ରାହକଙ୍କୁ ଦେବାକୁ ପଡୁଥିବା ବେଳେ ଡିଲର କମିଶନ ରହିଛି ୩ଟଙ୍କା ୩୦ ପଇସା । ତେଣୁ ପକେଟ୍କୁ ପେଟ୍ରୋଲ ରେଟ୍ ସାଂଘାତିକ ବାଧୁଥିବା କହି କେହି କେହି ଗ୍ରାହକ ରାଗରେ ବ୍ୟାଟେରି ଗାଡ଼ି କିଣିବେ ବୋଲି ବି କହିଲେଣି । ଏଣେ ଶହେ ଶହେ ରେଟ୍ରେ ଦୌଡୁଥିବା ପେଟ୍ରୋଲକୁ ପଛେ ପଛେ ଗୋଡେଇଛି ଡିଜେଲ୍ । ଲିଟର ପିଛା ମାତ୍ର ୩ଟଙ୍କାର ଫରକ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)