Advertisment

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ। ନିଜର ଅପାରଗତାକୁ ଘୋଡ଼ାଇବାକୁ ଯାଇ ରାଜ୍ୟ ସରକାର ବିଜୁଳି ଦର ବଢ଼ାଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ପରିଚାଳନାଗତ କ୍ଷତି ଓ ବଡ଼ ଖିଲାପକାରୀଙ୍କଠାରୁ ଟଙ୍କା ଆଦାୟ କରି ନପାରି ସରକାର ସାଧାରଣ ଜନତାଙ୍କ ଉପରେ ବୋଝ ଲଦୁଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି। ବିଜୁଳି ଦର ବୃଦ୍ଧି ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ଏଣୁ […]

author-image
Abinash Pati
ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

congress

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ। ନିଜର ଅପାରଗତାକୁ ଘୋଡ଼ାଇବାକୁ ଯାଇ ରାଜ୍ୟ ସରକାର ବିଜୁଳି ଦର ବଢ଼ାଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ପରିଚାଳନାଗତ କ୍ଷତି ଓ ବଡ଼ ଖିଲାପକାରୀଙ୍କଠାରୁ ଟଙ୍କା ଆଦାୟ କରି ନପାରି ସରକାର ସାଧାରଣ ଜନତାଙ୍କ ଉପରେ ବୋଝ ଲଦୁଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି।

Advertisment

ବିଜୁଳି ଦର ବୃଦ୍ଧି ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ଏଣୁ ଏହାକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି। ସେପଟେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଆଜି ଓଇଆରସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ ଏନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନି।

Advertisment
Advertisment